ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ସଭାପତି ପ୍ରାର୍ଥୀ ଙ୍କୁ ଅପହରଣ ଅଭିଯୋଗ। ପୂର୍ବତନ ବିଧାୟକ ଓ ଜନୈକ ଅଧ୍ୟାପକ ଙ୍କ ସମ୍ପୃକ୍ତି ଅଭିଯୋଗ । ଅପହରଣ ଅଭିଯୋଗ କୁ ଖଣ୍ଡନ କଲେ ଉଭୟ ପୂର୍ବତନ ବିଧାୟକ ଓ ପ୍ରାର୍ଥୀ।

ପାଳଲହଡା , ୧୦/୧୦ : ଅନଗୁଳ ଜିଲ୍ଲା ପାଳଲହଡ଼ା ମାଲ୍ୟଗିରି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ ହଟଚମଟ । ସଭାପତି ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଲକ୍ଷ୍ମଣ ମୁଣ୍ଡାଙ୍କୁ ଅପହରଣ କରାଯାଇଥିବା ନେଇ ପାଳଲହଡ଼ା ଥାନାରେ ଏତଲା ଦେଇଛନ୍ତି ଲଖ୍ମଣ ଙ୍କ ବାପା ବୁଧୁରାମ ମୁଣ୍ଡା । ଏପରିକି ଏହି ଘଟଣାରେ କଲେଜର ଜଣେ ଅଧ୍ୟାପକ ରୁଷାବ କୁମାର ସାହୁ ଏବଂ ପୂର୍ବତନ ବିଧାୟକ ମୁକେଶ କୁମାର ପାଳ ଙ୍କ ସମ୍ପୃକ୍ତି ଥିବା ନେଇ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ଅଭିଯୋଗ ଅନୁଯାୟୀ, ଲକ୍ଷ୍ମଣ ମୁଣ୍ଡା ମାଲ୍ୟଗିରି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ତାଙ୍କ ପ୍ରାର୍ଥିପତ୍ର ମଧ୍ୟ କାଏମ ରହିଛି । ସେ ଗତକାଲି ପାଳଲହଡ଼ା ଥାନା ଅନ୍ତର୍ଗତ ଗୋଡ଼ାପଦା ଗ୍ରାମରେ ଥିବା ତାଙ୍କ ମାମୁଁ ଘରେ ଥିଲେ,, ସେଠାରୁ ତାଙ୍କୁ ଅପହରଣ କରାଯାଇଥିବା ନେଇ ଲକ୍ଷ୍ମଣଙ୍କ ବାପା ଆଜି ପାଳଲହଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଦ
ଏହି ଘଟଣାକୁ ନେଇ ଏତଲା ଆଧାରରେ ପୋଲିସ କେସ୍ ନମ୍ବର ୩୬୨/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୋଗ ପରେ ଶୁକ୍ରବାର ରାତି
ପାଲଲହଡ଼ା ପୋଲିସ ପୂର୍ବତନ ବିଧାୟକ ଶ୍ରୀ ପାଲ ଙ୍କ ବାଲିପଶି ବାସଭବନ କୁ ଯାଇ ଲଖ୍ମଣ କୁ ଖୋଜା ଖୋଜି କରିଥିଲେ ମଧ୍ୟ ଲଖ୍ମଣ ଙ୍କୁ ପାଇ ନଥିଲେ, ଅନ୍ୟପଟେ ପୂର୍ବତନ ବିଧାୟକ ଙ୍କୁ ଯୋଗାଯୋଗ କରିବାରେ ଛାତ୍ର ଙ୍କୁ ଅପହରଣ କୁ ସେ ଖଣ୍ଡନ କରିଥିବାବେଳେ ଜଣେ ପୂର୍ବତନ ବିଧାୟକ ଙ୍କ ଘରେ ପୋଲିସ ର ରାତି ଅଧିଆ ତଲାସି କୁ ସେ ନିନ୍ଦା କରିଥିବା କହିଛନ୍ତି I ଅନ୍ୟପଟେ ସନ୍ଧ୍ୟା ରେ ଅପହରଣ ଅଭିଯୋଗ ହୋଇଥିବା କଥା କୁ ସଭାପତି ପ୍ରାର୍ଥୀ ଲକ୍ଷଣ ମୁଣ୍ଡା ଏକ ଭିଡ଼ିଓ ଜାରି କରି ଅପହରଣ ଅଭିଯୋଗ କୁ ଖଣ୍ଡନ କରିବା ସହ ମୁଁ ନିଜ ଇଚ୍ଛା ରେ ସାଙ୍ଗମାନଙ୍କ ସହ ନିର୍ବାଚନ ପ୍ରଚାର କାର୍ଯ୍ୟ ରେ ଯାଇଥିଲି ଏବଂ ଏଥିରେ ପୂର୍ବତନ ବିଧାୟକ ମୁକେଶ କୁମାର ପାଲ ଙ୍କ କୌଣସି ପ୍ରକାର ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ଏବଂ ଥାନା ଅଧିକାରୀ ଙ୍କୁ ସମାନ କଥା ଲିଖିତ ଭାବେ ଜଣାଇଛନ୍ତି I
ତେବେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଏଭଳି ସଙ୍ଗୀନ ଅଭିଯୋଗ ପାଳଲହଡ଼ା ରାଜନୀତିକୁ ସରଗରମ କରିଛି I

Leave a Reply

Your email address will not be published. Required fields are marked *