
ବିଭିନ୍ନ ପ୍ରକାର ଆହାର ମଧ୍ଯରେ
ଅଣ୍ଡା ଯେ’ ଶକ୍ତି ପୋଷଣ,
ଅନ୍ତର୍ ଜାତୀୟ ଅଣ୍ଡା କମିଶନ
ଗଠନେ ମୂଳ କାରଣ ।
ଊନବିଂଶ ଶତ ଛୟାନବେ ସନ
ଅକ୍ଟୋବର ସମ୍ମିଳନ,
ଅଣ୍ଡା ଉତ୍ପାଦନ ବିକାଶରେ ଧ୍ୟାନ
ପୁଷ୍ଟିକର ଖାଦ୍ୟ ଗୁଣ ।
ଶୁଭ ଦୃଷ୍ଟିପାତ ଅକ୍ଟୋବର ମାସ
ଯେ’ ଦ୍ବିତୀୟ ଶୁକ୍ରବାର,
ସ୍ବାସ୍ଥ୍ୟ ହିତେ ଅଣ୍ଡା ଦିବସରେ ବାର୍ତ୍ତା
ଜନେ ପ୍ରଚାର ପ୍ରସାର ।
ସ୍ବାସ୍ଥ୍ୟ ବିଶେଷଜ୍ଞ ପରୀକ୍ଷଣ ମାନ୍ଯ
ଅଣ୍ଡାର ଗୁଣ ଅଶେଷ,
ବତକ ହଂସ କି କୁକୁଡ଼ା ଅଣ୍ଡାର
ଗୁଣ ଜାଣନ୍ତୁ ବିଶେଷ ।
ଶିଶୁ ଖାଦ୍ୟେ ଏହା ସୁସ୍ବାଦ ସହିତ
ହାଡ଼କୁ କରେ ଶକତ,
ଭିଟାମିନ ବିଡି କ୍ୟାଲସିୟମ ସାଥେ
ସୃଷ୍ଟି କରଇ ରକତ ।
ଅଣ୍ଡା ଆମଲେଟ୍ ଅବା ସିଝା-ଅଣ୍ଡା
ବ୍ଯଞ୍ଜନ ଚାହିଦା ଆଜ,
ପରିବାର ଅବା ବଜାର ହୋଟେଲ
ଦେଖ ବାଟେ-ଘାଟେ ସଜ ।
ଫଲଡ୍ରିନ୍ ଅଣ୍ଡା ଠାରୁ କିନ୍ତୁ ଦେଶୀ
କୁକୁଡ଼ା ଅଣ୍ଡାର ଗୁଣ,
ରୋଗୀ କୁକୁଡ଼ାର ମାଂସ ଅବା ଅଣ୍ଡା
କେବେ ନ ଖାଇବ ଜାଣ ।
କୁକୁଡ଼ା ଫାର୍ମ କି ପାଳନେ ଜୀବିକା
ଜନ ଜୀବନ ସୁନ୍ଦର,
ଅକ୍ଟୋବର ମାସ ଶୁକ୍ରବାର ଆଜ
ଅଣ୍ଡା ଦିବସ ହୁନ୍ଦର ।
ଶମ୍ଭୁନାଥ ଦାସ
Jatiya Pragati Abhiyan (Society)
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର-୭୫୫୦୧୧