କଟକ ଟକ ସହରର ବିଭିନ୍ନ ମା’ ଷୋଳପୁଅ ମଣ୍ଡପ ପରିଦର୍ଶନ କଲେ ବିଧାୟିକା ସୋଫିଆ ଫିରଦୋସ

କଟକ, ୦୭/୧୦: ପାର୍ବଣ ଋତୁ ଉପଲକ୍ଷେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ ଆଜି କଟକ ସହରର ବିଭିନ୍ନ ସ୍ଥାନରେ ଥିବା ମା’ ଷୋଳପୁଅ ମଣ୍ଡପ ପରିଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି। ଭାଇଚାରା ଓ ଐତିହ୍ୟର ସହର କଟକରେ ସମସ୍ତ ପର୍ବପର୍ବାଣୀ ଅତ୍ୟନ୍ତ ଧୂମଧାମ, Iମ, ଉତ୍ସାହ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଏ I ମା’ଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ସମୃଦ୍ଧି କାମନା କରିବା ସହ ଉପସ୍ଥିତ ସ୍ଥାନୀୟ ବାସିନ୍ଦା ତଥା କାର୍ଯ୍ୟକର୍ତ୍ତାମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ I

ଏହି ଗସ୍ତ ସମୟରେ ପୂଜା କମିଟିର କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ ଓ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ I ଅନ୍ୟମାନଙ୍କ ମଧ୍ୟରେ କଟକ ସହର ସଭାପତି ଗିରିବାଳା ବେହେରା, ବରିଷ୍ଠ ଓଜେସି ନେତା ବିରେନ୍ଦ୍ର ଦାସ, ମଜୀଦ ଖାନ, ଇର୍ଷାଦ ଖାନ, ଲକ୍ଷ୍ମଣ ରାଓ, ଜି ଭାସ୍କର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *