ରଘୁନାଥଜୀଉ ମହାବି ହାବିଦ୍ୟାଳୟର ମୁଖ୍ୟ ଫାଟକ ଉଦ୍‌ଘାଟନ କଲେ ବିଧାୟିକା ସୋଫିଆ

କଟକ : ରଘୁନାଥଜୀଉ ମହାବିଦ୍ୟାଳୟର ନୂତନ ମୁଖ୍ୟ ଫାଟକକୁ ଆନୁଷ୍ଠାନି ଭାବେ ଶୁଭ ଉଦ୍‌ଘାଟନ କରିଛନ୍ତି ନ୍ତି ବାରବାଟୀ-କଟକ ବିଧାୟିକା ସୋ ସାଫିଆ ଫିଟ ଫିରଦୋସ

କଲେଜ ପରିସରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣକୁ ଦୃଷ୍ଟିରେ ରଖ୍ କଲେଜ କର୍ତ୍ତୃପକ୍ଷ ତଥା ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି କାର୍ଯ୍ୟ ପାଇଁ ବିଧାୟିକାଙ୍କୁ ଅନୁରୋଧ Iଧ କରାଯାଇଥିଲା I ଅନୁରେ ରୋଧ ରକ୍ଷା କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରାଇ ସମୟ ଭିତରେ ଶେଷ କରାଇଥିଲେ । ବିଧାୟିକା ସୋଫିଆ ମୁଖ୍ୟ ଫାଟକକୁ ଲୋକାର୍ପିତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଓ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସମ୍ବୋଧିତ କରିଥିଲେ I

ଏହି ଅବସରରେ ବିଧାୟିକା ୟିକା କହିଥିଲେ ଯେ, “ଛ “ଛାତ୍ରଛାତ୍ରୀମାନେ ହିଁ ଦେଶ ଓ ସମାଜର ଭବିଷ୍ୟତ I ଏକ ଉନ୍ନ‌ତ ଓ ଶୃଙ୍ଖଳିତ ଶିକ୍ଷା ଶିକ୍ଷା ପରିବେଶ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ସୁରକ୍ଷା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦେବାକୁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ।”

ବିଧାୟିକାଙ୍କ ଏହି ତ୍ବରିତ ପଦକ୍ଷେପ । ଓ ଆନ୍ତରିକ ସହଯୋଗ ପାଇଁ କଲେଜ କର୍ତ୍ତୃପକ୍ଷ, କର୍ମଚାରୀ ତ‌ଥା ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଓ ସାଧୁବାଦ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ଯକ୍ଷ, ଅଧ୍ୟାପକ-ଅଧ୍ୟାପିକା, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । +୩ ଅଧ୍ଯକ୍ଷ ଚନ୍ଦ୍ର ମୋହନ ସ୍ବାଇଁ, +୨ ଅଧ୍ଯକ୍ଷ ଡକ୍ଟର ସ୍ନେହଲତା ମିଶ୍ର, କଲେଜ ପ୍ରତିଷ୍ଠାତା ନୃସିଂହ ଚରଣ ପାତ୍ର, ସୁଷମା ଦାସ, ଦିଲ୍ଲୀପ କୁମାର ମହାନ୍ତି, ଶୋନୁ ସ୍ବାଇଁ, ଅବଦୁଲ ବାସିଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *