


ବାଲିଚନ୍ଦ୍ରପୁର , ୦୪/୧୦ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲ୍ଲାଇ ପଞ୍ଚାୟତ ଅନ୍ତର୍ଗତ ନଙ୍ଗୁଳି ମଠ ପରିସରରେ ଓଡିଶା ଆଖୁଚାଷୀ ମହାସଂଘ ଆନୁକୂଲ୍ୟରେ ଏକ ଚାଷୀ ସମାବେଶ ତଥା ସାଧାରଣ ବୈଠକ ଅନୁଷ୍ଠିତ ହୋଇଅଛି | ଏହି ସମାବେଶରେ ଓଡ଼ିଶାର ବିଭିର୍ଣ୍ଣ ଜିଲ୍ଲାରୁ ହଜାରରୁ ଉର୍ଧ୍ଵ ଚାଷୀ ଓ କର୍ମକର୍ତା ଯୋଗ ଦେଇଥିଲେ | ମିର୍ ଅଂଜ଼ାରଲୁ ଇସଲାମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମହାସଂଘର ସଭାପତି ରବିନାରାୟଣ ପ୍ରଧାନ, କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ଦାସ, ସାଧାରଣ ସମ୍ପାଦକ ବୃନ୍ଦାବନ ମହାଲିକ, ସମ୍ପାଦକ ରୁଦ୍ର ଚରଣ ପଣ୍ଡା, କୋଷାଧକ୍ଷ ସୁବ୍ରତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଓଡ଼ିଶାରେ ଆଖୁଚାଷୀ ମାନଙ୍କର ବିଭିର୍ଣ୍ଣ ସମସ୍ୟା ଉପରେ ଆଲୋଚନା କରିବା ସହିତ ଓଡିଶା ଆଖୁଚାଷୀ ମାନଙ୍କ ପାଇଁ ଆଖୁ ଯୋଗାଣ ପ୍ରୋତ୍ସାହନ ରାଶି ପ୍ରଦାନ, ଆଖୁ ବୋଝେଇ ଟ୍ରକ ପାଇଁ ଟୋଲ ଟାକ୍ସ ପ୍ରତ୍ୟାହାର, ଓଡିଶା ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଖୁଚାଷ ପାଇଁ ଏକ ସ୍ଥାୟୀ ବିଭାଗ ସୃଷ୍ଟି କରିବା, ଓଡିଶା ବାତ୍ୟା, ବନ୍ୟା, ମରୁଡି କବଳିତ ରାଜ୍ୟ ହୋଇଥିବାରୁ ବିଭିର୍ଣ୍ଣ ପ୍ରାକୃତିକ ବିପର୍ଯୟ ସମୟରେ କ୍ଷତି ପୁରଣ ଦାବି, ସରକାରଙ୍କ ପକ୍ଷରୁ ପଡୋଶୀ ରାଜ୍ୟ ପରି ବିଦ୍ୟୁତ ଚାଳିତ ପାଣିପଞ୍ଚାୟତକୁ ମାଗଣା ବିଦ୍ୟୁତ ଯୋଗାଣ ଏହା ଛଡା ଆଖୁଚାଷୀ ମାନଙ୍କର ବିଭିର୍ଣ୍ଣ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଆଇ.ପିଏ.ଲ ସୁଗାର କମ୍ପାନୀ ପକ୍ଷରୁ ଆଖୁ ଟନ ପିଛା ୩୧୫୩ ଟଙ୍କା ଥିବାବେଳେ ଏହାର ମୂଲ୍ୟ ବୃଦ୍ଧି ପାଇଁ ଚଷୀମାନେ ଦାବି ରଖିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପସଭାପତି ଶରତ କୁମାର ସ୍ବାଇଁ, ଶରତ କୁମାର ଦାସ, ସୁବାଷ ଚନ୍ଦ୍ର ନାୟକ, ଜନ୍ମେଜୟ ଜେନା, ସିଦ୍ଧାର୍ଥ ରଞ୍ଜନ ବିଶ୍ୱାଳ, ସହ ସମ୍ପାଦକ ବିଶ୍ୱ ଭୂଷଣ ନାୟକ, ରଶ୍ମି ରଞ୍ଜନ ମହାନ୍ତି, କିଶୋର ମିଶ୍ର, ପ୍ରଦୀପ ବାରିକ, ଉପେନ୍ଦ୍ର ଘଡ଼ାଇ, ବାସୁଦେବ ପଣ୍ଡା ପ୍ରମୁଖ ଯୋଗଦେଇ ଆଖୁଚାଷୀ ମାନଙ୍କର ବିଭିର୍ଣ୍ଣ ସମସ୍ୟା ସମ୍ପର୍କରେ ମତ ପ୍ରକାଶ କରିଥିଲେ |