
ପୁରୀ (କ ବ୍ୟୁ) : ଶ୍ରୀମନ୍ଦିର ଦର୍ଶନକୁ ନେଇ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ଶ୍ରୀମନ୍ଦିରରେ ଦର୍ଶନକୁ ନେଇ ଜଣେ ଫୋଟ ସାମ୍ବାଦିକଙ୍କୁ ଜେଟିପି ମାଡ଼ ମାରିବା ସହ ଜାତିଆଣା ମନ୍ତବ୍ୟ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସାମ୍ବାଦିକ ସନାତନ ଭୋଇଙ୍କ ସହ ଦର୍ଶନକୁ ନେଇ ଜେଟିପି ଲକ୍ଷ୍ମୀଧର ଉପାଧ୍ୟାୟ ମାଡ଼ ମାରିଥିବା ନେଇ ସିଂହଦ୍ୱାର ଥାନରେ ଅଭିଯୋଗ କରାଯାଇଛି। ତେବେ ଏପରୀ ଅଭାବନୀୟ ଘଟଣାକୁ ନେଇ ଶନିବାର ରାତିରେ ଶ୍ରୀମନ୍ଦିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଶ୍ରୀମନ୍ଦିର ଭଳି ସମ୍ବେଦନଶୀଳ ଧାର୍ମିକ ସ୍ଥାନରେ ସାମ୍ବାଦିକଙ୍କ ସହ ଏଭଳି ବ୍ୟବହାର ଅଭିଯୋଗକୁ ନେଇ ସାମ୍ବାଦିକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ତେବେ ଶ୍ରୀମନ୍ଦିର ଭଳି ଏକ ପବିତ୍ର ଧାର୍ମିକ ସ୍ଥଳରେ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ତେବେ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନରେ ଅଭିଯୋଗ ହୋଛଇଥିବା ସୂଚନା ମିଳିଛି। ଅଭିାଯାଗ କାରୀ ସମୀର ତାଙ୍କ ଅଭିଯୋଗରେ ଉଲେଖ କରିଛନ୍ତି କି ଶନିବାର ରାତି ପ୍ରାୟ ୯ ଟା ସମୟରେ ସେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟର ଏଡିଟର ଏବଂ ତିନିଜଣ ମହିଳା ମହାପ୍ରଭୁ୍ଙ୍କ ଦର୍ଶନ କରିବାକୁ ଆସିଥିଲେ। ଏନେଇ ପ୍ରଶାସନକୁ ଜଣାଇଲେ। ଯାହାଫଳରେ ଦର୍ଶନ ନିମନ୍ତେ ଜଣେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହାନୀର କର୍ମଚାରୀ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା। ସଂକୃକ୍ତ କର୍ମଚାରୀ ଦର୍ଶନ କରାଇବା ନିକ୍ନ୍ ଶ୍ରୀମନ୍ଦିର ଘଣ୍ଟିଦ୍ୱାର ଦେଇ ଯାଇଥିଲେ। ଏହି ସମୟରେ ସନାତନ ଭୋଇ ମଧ୍ୟ ଯିବା ସମୟରେ ବ୍ୟାରିକେଡ ଠାରୁ ଡିୟୁଟିରେ ଥିବା ଜଣେ ଜେଟିଏସ ତାଙ୍କୁ ଯିବାକୁ ବାରଣ କରିଥିଲେ। ତେବେ ଶ୍ରୀ ଭୋଇ ତାଙ୍କ ପରିଚୟ ଦେବା ସହ କାର୍ଯ୍ୟାଳୟରୁ ଆସିଥିବା ଏଡିଟର ଓ ଅନ୍ୟମାନଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରୋଟକଲ ବ୍ୟବସ୍ଥା କରାଯାଇଥିବା କହିଥିଲେ। ଏ ନେଇ ଜାଣିବା ପରେ ଜେଟିଏସ ଜଣଙ୍କ ତାଙ୍କୁ ଗାଳି ଗୁଲଜ କରିବା ସହ ଅସଭ୍ୟ ଭାଷା କରିଥିଲେ। ଯାହାଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେଠାରୁ ସାମ୍ବାଦିକ ଶ୍ରୀ ଭୋଇ ପଳାଇଆସି ସୂର୍ଯ୍ୟମନ୍ଦିର ଅପରପାଶ୍ୱରେ ଥିବା ଦୀପଦୋକାନ ନିକଟରେ ଠିଆ ହୋଇଥିଲେ। ହଠାତ ସଂପୃକ୍ତ ଜେଟିଏସ କର୍ମଚାରୀ ଆସି ତାଙ୍କ ବେକକୁ ଧରି ଟାଣି ଟାଣି ଘଣ୍ଟିଦ୍ୱାର ନିକଟକୁ ନେଇଥିଲେ। ସେଠାରେ ଥିବା ଜେଟିପି ଲକ୍ଷ୍ମୀଧର ଉପାଧ୍ୟୟ କିଛି ନବୁଛି ଶ୍ରୀ ଭୋଇଙ୍କୁ ମାଡ ମାରିଥିଲେ ଯାହାଫଳରେ ସେ ଆହାତ ହୋଇଥିଲେ।ପରେ ଗାରଦକୁ ନେଇ ଏକ ଧଳା କାଗଜରେ ତାଙ୍କର ଦରଖସ୍ତ ରଖିବା ସହ ସେ ଭୋଇ ବୋଲି ଜାଣିବ ପରେ ଜାତିଆଣା ମନ୍ତବ୍ୟ ଦେଇ ବାଡିରେ ବାଡାଇବା ପାଇଁ ଧମକ ଦେଇଥିଲେ। ଏନେଇ ସାମ୍ବିଦକ ଶ୍ରୀ ଭୋଇ ଥାନାରେ ଏକ ଲିଖି୍ତ ଅଭିଯୋଗ କରିଥିବବେଳେ ସିଂହଦ୍ୱାର ଥାନା ପୋଲିସ କେସ ନଂ୨୪୨/୨୬ରେ ଏକ ମାମଲା ରୁଜ କରିଛି। ଅପରପକ୍ଷରେ ମାଡ କାରଣରୁ ସାମ୍ବାଦିକଙ୍କ ବାମପାଶ୍ୱ କାନ ପରଦା ôଫାଟି ଯାଇଥିବା ଜଣାପଡିଛି। ତେବେ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବାରୁ ସେମାନଙ୍କ ସହ ଶାଳୀନତା ଓ ଧୈର୍ଯ୍ୟର ସହ ବ୍ୟବହାର କରିବା ନିୟୋଜିତ କର୍ମଚାରୀଙ୍କ ଦାୟିତ୍ୱ। ଏପରି ସ୍ଥାନରେ ମାଡ଼ପିଟ୍ ଭଳି ଅଭିଯୋଗ ଆସିବା ମନ୍ଦିରର ଶୃଙ୍ଖଳା ଓ ମର୍ଯ୍ୟାଦା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ହୋଇଛି।
(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )