
କଟକ : କଟକ ସହରାଞ୍ଚଳ ପୋଲିସ ପକ୍ଷରୁ ଆସନ୍ତା ଦୁର୍ଗା ପୂଜା ଓ ଭସାଣୀ ଯାତ୍ରା ପାଇଁ ଆଜି ମଙ୍ଗଳବାର ଦିନ ସହିଦ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିସନରେଟ୍ ପୋଲିସ ଶ୍ରୀ ଏସ ଦେବଦତ୍ତ ସିଂ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କଟକ ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି ଏବଂ ବିଭିନ୍ନ ସାହି ପୂଜା କମିଟି ସଦସ୍ୟ ସମେତ 5 ଟି ଜୋନ୍ ଏ ସି ପି ଏବଂ ବିଭିନ୍ନ ଥାନା ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଡି ସି ପି ଋଷିକେଶ ଖୀଲାରି ସ୍ଵାଗତ ଭାଷଣ ଦେଇ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।।ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗାପୂଜା ଓ ଭସାଣି ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସମ୍ପର୍ନ୍ନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିଭଳି ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ବିଭିନ୍ନ ସାହି କମିଟି ଭସାଣି ଉତ୍ସବ କୁ ଶୃଙ୍ଖଳିତ ଭାବେ ଶୋଭାଯାତ୍ରା କରିବାକୁ ବୈଠକରେ ବିଭିନ୍ନ ପୂଜାକମିଟି କୁ ଅନୁରୋଧ କରାଯାଇଛି। ପୂଜା ପାର୍ବଣ ସମୟରେ ସମଦି ବିରୋଧୀଙ୍କ ପ୍ରତି ସତର୍କ ଦୃଷ୍ଟି ଦିଆଯିବ। କେହି ଜବରଦସ୍ତ ଚାନ୍ଦା ଆଦାୟ କରିପାରିବେନାହିଁ। ଜବରଦସ୍ତ ଚାନ୍ଦା ଆଦାୟ କରିଲେ ଆଦାୟ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଗାପୂଜା ସମୟରେ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ କଣ୍ଟ୍ରୋଲ ରୁମ ଖୋଲାଯିବ ପାଇଁ ସ୍ଥିର କରାଯାଇଛି । ମଣ୍ଡପ ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା କୁ ବାଧ୍ୟତାମୂଳକ କରାଯିବ। ମଣ୍ଡପ ଗୁଡିକରେ ସି ସି ଟିଭି କ୍ୟାମେରା ଖଞ୍ଜା ଯିବ। ରାତି 12 ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ। ଭସାଣି ଶୋଭାଯାତ୍ରା ନିଶାମୁକ୍ତ, ଓ ଡି ଜେ ମୁକ୍ତ କରାଯିବ ପାଇଁ ଆହ୍ୱାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ,ନୟନ କିଶୋର ମହାନ୍ତି,ମେୟର ସୁବାସ ସିଂ, କମିଶନର କିରଣ ଦୀପ କୌର, କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଡୋଷ, ବିଜେଡି କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ, ପୂର୍ବାଞ୍ଚଳ ଶାନ୍ତି କମିଟି ର ସଭାପତି ବିଜୟ କୁମାର ସାହୁ, ନିରଞ୍ଜନ ସାହୁ, ଦେବେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।