ଗଛିତ ରଖିଥିବା ୧୮୯ ଖଣ୍ଡ ମୂଲ୍ୟବାନ ସାଇଜ କାଠ ଜବତ ।
ଆନୁମାନିକ ମୂଲ୍ୟ ୩ ଲକ୍ଷ।
୩ ଗିରଫ କୋର୍ଟ ଚାଲଣ।

ରାୟଗଡ : ( ସୁରେନ୍ଦ୍ର ରଥ ) ରାୟଗଡ ବନଖଣ୍ଡ ଅଧିକାରିଙ୍କ ନିର୍ଦ୍ଧେଶ କ୍ରମେ ରାୟଗଡ ବନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ପାଣିଗ୍ରାହୀଙ୍କ ନେତୃତ୍ୟ ରେ ରାୟଗଡ଼ ବନାଞ୍ଚଳ ର ସମସ୍ତ କର୍ମଚାରୀ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ସୂଚନା ପାଇ କିଛି ଘରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ , ଗୌରୀ ଶଙ୍କର ଚିକାଟୀ ଓ ବିବେକ ରାଓ କାଲାଗାରା ଙ୍କ ଘରେ ଚଢାଉ କରଯାଇଥିଲା । ଏହି ଚଢାଉ ରେ କେ ଶ୍ରୀନିବାସଙ୍କ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ,ଗୌରୀ ଶଙ୍କର ଚିକାଟୀଙ୍କ ଘରେ ୬୬ ଗୋଟି ଶାଳ ସାଇଜ କାଠ ଓ ପଟା ଏବଂ ବିବେକ ରାଓ କାଲାଗାରାଙ୍କ ଘରେ ୫୬ ଗୋଟି ଶାଳ , ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା ।ଏହି ଗଛିତ ସାଇଜ କାଠ ଏବଂ ପଟା ବେନିୟମ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ରୁ ଗଛ କାଟି ଆଣିଥିଲେ ।ଏହି ଚଢ଼ାଉ ସମୟରେ ଶ୍ରୀ ଅନନ୍ତ ହେମ ଚରଣ ବେହେରା , ବନପାଳ , କୋମତାଲପେଟା ଗିରଫ କରିଥିଲେ ଓ କାଠ ଗୁଡିକୁ ଜବତ କରିଥିଲେ । ଏହି ଜବତ କାଠ ର ଆନୁମାନିକ ବଜାର ର ମୂଲ୍ୟ ଟଙ୍କା – ୩୦୦୦୦୦.୦୦ ହେବ । ଏହି ଚଢାଉ ରେ ରାୟଗଡ଼ ସେକ୍ସନ ର ବନପାଳ ଶ୍ରୀ ଗୌରୀ ଶଙ୍କର ସାହୁ , ଶ୍ରୀମତୀ ପଦ୍ମାବତୀ ପାଢୀ , ବନପାଳ ଓ ରାୟଗଡ଼ ବନାଞ୍ଚଳ ର ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।