କଟକ : କଟକର ଅନ୍ୟତମ ପୁରାତନ ପୂଜା କମିଟି ଚୌଧୁରୀ ବଜାର ପୂଜା କମିଟିକୁ ନେଇ ଦେଖାଦେଇଛି ବିବାଦୀୟ ପରିସ୍ଥିତି । ଗତ ୧୧ଵର୍ଷ ଧରି ଚୌଧୁରୀ ବଜାର କମିଟି କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ମନୋନୀତ ହୋଇ କାର୍ଯ୍ୟ ନିର୍ବାହ କରୁଥିଲେ। ମାତ୍ର ଏବେ ଚୌଧୁରୀ ବଜାର ଅଞ୍ଚଳର କିଛି ଯୁଵକ ଓ ସ୍ଥାନୀୟ ବାସିନ୍ଦା ମନୋନୟନ ପରିବର୍ତ୍ତେ ନିର୍ବାଚନ ପ୍ରକ୍ରିୟାରେ ଵଜାର କମିଟି କର୍ମକର୍ତ୍ତାଙ୍କ ଚୟନ ପାଇଁ ଦାବି କରି ଆସୁଛନ୍ତି।ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ତେବେ କିଛି ପୂର୍ବତନ କର୍ମକର୍ତ୍ତା ଏଭଳି ନିର୍ବାଚନ ଚାହୁଁ ନଥିଵା ସ୍ଥାନୀୟ ବାସିନ୍ଦା ଓ ଯୁବକ ମାନେ ଅଭିଯୋଗ କରିଛନ୍ତି। ଯେଉଁ ମାନେ ନିର୍ବାଚନ ପ୍ରକ୍ରିୟାରେ କର୍ମକର୍ତ୍ତା ଚୟନ ଚାହୁଁଛନ୍ତି, ସେମାନଙ୍କୁ ପୂର୍ବତନ କର୍ମକର୍ତ୍ତା ମାନେ ବିଭିନ୍ନ ଆଳରେ ଆକ୍ଷେପ କରୁଥିଵା ଅଭିଯୋଗ ହୋଇଛି। ଏହି ଵିଵାଦ ଏବେ ଥାନା ସହ ପୋଲିସ ଡ଼ିଜିଙ୍କ ନିକଟରେ ମଧ୍ୟ ପହଞ୍ଚିଛି। ଚୌଧୁରୀ ଵଜାରର କିଛି ସ୍ଥାନୀୟ ବାସିନ୍ଦା ଓ ଯୁଵକ ଏ ନେଇ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବର୍ଷ ବର୍ଷ ଧରି ପୂଜା କମିଟିର ଦାୟିତ୍ୱ ତୁଲାଉଛନ୍ତି। ହେଲେ ପୂଜା କମିଟି ମାନଙ୍କର ନିର୍ବାଚନ ପ୍ରକ୍ରିୟା ଥିଲା ବେଳେ କଣ ପାଇଁ ନିର୍ବାଚନ ହୋଇ କର୍ମକର୍ତ୍ତା ମନୋନୀତ ହେଉନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କମିଟିର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରରୋଚନାରେ ଏସବୁ ଚାଲିଛି ବୋଲି ଅଭିଯୋଗ ହୋଇଛି। ସଠିକ ଢଙ୍ଗରେ ନିର୍ବାଚନ କରି ଆଗ ଧାଡ଼ିର ଅଭିଜ୍ଞ ଯୁବକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଉ ବୋଲି ସେମାନେ କହିଛନ୍ତି। ଗୋଟିଏ ପଟେ ମା ଙ୍କ ପୂଜା ପାଖେଇ ଆସୁଥିବାରୁ ପୋଲିସ ପ୍ରଶାସନ ଏ ସବୁ ସମସ୍ୟାର ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ନହେଲେ ବଡ଼ ବିଭ୍ରାଟ ସହ ବିଶୃଙ୍ଖଳା ଘଟିବ। ତେବେ ପୁରାତନ କର୍ମକର୍ତ୍ତା ମାନେ ନିଜ ଜିଦରୁ ଓହରି ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରିବାକୁ କିଛି ସ୍ଥାନୀୟ ବାସିନ୍ଦା ଓ ଯୁଵକ ଆଜି ଚୌଧୁରୀ ବଜାର ନନ୍ଦୀ ସାହିରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।