“କପ୍ତିପଦା କାର୍ଯପାଳିକା ଓ ବ୍ଯବସ୍ଥାପିକା ମଧ୍ୟରେ ଅଲିଖିତ ସମ୍ବନ୍ଧ ଓ ଅଦୃଶ୍ୟ ଫନ୍ଦିକୁ ପଦାକୁ ଆଣିଲା ଉପ-ଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ”


ବାରିପଦା-ଉଦଳା ତା୧୯/୦୭/୨୦୨୬(କ:ବ୍ଯୁ)
ଗଣତନ୍ତ୍ରରେ ଲୋକପ୍ରତିନିଧି ବା ନେତାଙ୍କର ଏକ ସ୍ବତନ୍ତ୍ର ସ୍ଥାନ ଅଛି। ଅଧିକ ଲୋକ ଯାହାକୁ ନିର୍ବାଚିତ କରିବେ ସେ‌ ବ୍ୟବସ୍ଥାପିକା ସଭାରେ ସମସ୍ତ ନୀତି ନିର୍ଦ୍ଧାରଣ କରି ସୁଶାନ ପ୍ରଦାନ କରିବା ସହ ମୈ।ଳିକ
ଆବଶ୍ଯକତା ପୂରଣ କରି ସମ୍ମାନାସ୍ପଦ ଜୀବନ ଜାପାନର ନିରାପତ୍ତା ଯୋଗାଇ ଦେବାର ବ୍ୟବସ୍ଥା ରହିଥିବାବେଳେ ଗଣତନ୍ତ୍ରୀକ ବିଧିବ୍ୟବସ୍ଥା ଅନୁସାରେ କ୍ଷମତାଧାରୀ ମାନଙ୍କୁ ରାଷ୍ଟ୍ରର ସମସ୍ତ ସମ୍ବଳ, ସାମ୍ବିଧାନିକ କ୍ଷମତା ଓ ଉପଲବ୍ଧ ସୁବିଧା ସୁଯୋଗ ମାନ ଯୋଗାଇଦିଆ ଯାଇଥାଏ। ତା ସତ୍ତ୍ୱେ ବି କପ୍ତିପଦା ଉପଖଣ୍ଡ ରେ କାର୍ଯ୍ୟପାଳିକା ଦ୍ବାରା ମାତ୍ରାଧିକ କ୍ଷମତାର ଦୁରୁପଯୋଗ‌ ଫଳରେ
ଗତ ତା୧୩/୦୭/୨୦୨୬ ରଖ ଦିବାଲୋକରେ କାର୍ଯ୍ୟରତ ମୟୃରଭଞ୍ଜ ଜିଲ୍ଲା ଖଣି ଅଧିକାରୀ ଓ ତାଙ୍କ ଦଳକୁ ଉଦଳା ଥାନାରେ ଦଣ୍ଡିତ ହେବାକୁ ପଡିଥିଲା । ସେତେ ବେଳେ ଉଦଳା-ର ନିର୍ବାଚିତ ପ୍ରତିନିଧି ବା ନେତାଙ୍କ ନିରବତା ସ୍ଥାନୀୟ ଅଞ୍ଚଳରେ ବିସ୍ମୟ ସୃଷ୍ଟି କରିଥିଲା। ଏହି ଘଟଣା ଅଞ୍ଚଳରେ ଅତ୍ର ତତ୍ର ଯତ୍ର‌ ସର୍ବତ୍ର ଗୁଞ୍ଜରଣ ସୃଷ୍ଟି ହେଉଥିବା ଅବସରରେ
ଗତ ତା୧୪/୦୮/୨୦୨୬ରିଖ ଉପ-ଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ ସ୍ଥାନିୟ ବାଲି ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଇଦେଇଛି। ନିର୍ବାଚିତ ଲୋକ ପ୍ରତିନିଧି ଓ ନିଯୁକ୍ତିପ୍ରାପ୍ତ ସରକାରୀ‌ କର୍ମଚାରୀଙ୍କ ମଧ୍ୟରେ ଏପରି ଅଲିଖିତ ସମ୍ବନ୍ଧ ଓ ଅଦୃଶ୍ୟଫନ୍ଦୀ‌ ମାନ‌ ଗଢିଉଠିଛି ଯେ ସାଧାରଣ ଲୋକଟିର କିଛି କରିବାର ନାହିଁ। ସର୍ବତ୍ର ଦୁର୍ନୀତିର ଗନ୍ଧ ଓ ସ୍ବେଚ୍ଛାଚାରର ପ୍ରବଲ୍ଯତାରେ ଅତିଷ୍ଠ ଅଞ୍ଚଳ ବାସୀ। ଏଣୁ ଏ ପରିସ୍ଥିତିରେ ସମ୍ପୃକ୍ତ ନିର୍ଦୋଷୀ ଅଫିସର ମାନଙ୍କୁ ଆଂଶିକ ନ୍ୟାୟ ମିଳିଛି ବୋଲି ଲୋକଙ୍କ ମଧ୍ୟରେ ଉଲ୍ଲସ‌ ଦେଖା ଦେଇଛି।ଏ‌ ଅଞ୍ଚଳର ନିର୍ବାଚିତ ଲୋକପ୍ରତିନିଧି ଓ ନିଯୁକ୍ତି ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଅଲିଖିତ ସମ୍ବନ୍ଧ ଓ ଅଦୃଶ୍ୟଫନ୍ଦୀ‌, ନିରବ ଘାତକ ସାଜି ଏଠିକାର ପ୍ରାୟ ସରକାରୀ କ୍ଷେତ୍ର ଗୁଡିକୁ ଦୁର୍ନୀତି ଗ୍ରସ୍ତ କରିସାରିଲାଣି।ଏପରୀ ସ୍ଥିତିରେ
ଯଦି ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଆନ୍ତା ତାହେଲେ ବହୁତ ଦୁର୍ନୀତି ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲ ଓ ଜନସାଧାରଣରେ ଦାବି ହେଉଛି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *