ସର୍ବ ଭାରତୀୟ କର୍କଟ ରୋଗ ନିରୂପଣ ସମ୍ବନ୍ଧୀୟ କର୍ମଶାଳା ଏବଂ ନିରନ୍ତର ସ୍ଵାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ

କଟକ ,ତା ୨୦-୨୨ ଅଗଷ୍ଟ, ୨୦୨୬:

S.C.B. ମେଡ଼ିକାଲ କଲେଜଠାରେ ଅଗଷ୍ଟ ୨୦ – ୨୨ ତାରିଖ ପର୍ଯ୍ୟନ୍ତ କର୍କଟ ରୋଗ ନିରୂପଣ ସମ୍ବନ୍ଧୀୟ କର୍ମଶାଳା ଏବଂ ନିରନ୍ତର ସ୍ଵାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ମେଡ଼ିକାଲ କଲେଜରୁ ଏବଂ ଦେଶର TMH ତଥା AIIMS ରୁ ୩୦୦ରୁ ଊର୍ଦ୍ଧ୍ବ ନିଦାନ ବିଭାଗର ପିଜି ଛାତ୍ରଛାତ୍ରୀ ଏବଂ ଡାକ୍ତରମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁଥୁଲା । ଏହାକୁ ଏସସିବି ମେଡ଼ିକାଲ କଲେଜର ଅଧ୍ୟକ୍ଷ ଡା. ପ୍ରତିଭା ପଣ୍ଡା, ଅଧୂକ୍ଷକ ଡା. ଜ୍ୟୋତିଷ ଚୌଧୁରୀ ଏବଂ କର୍କଟ ହସ୍‌ପିଟାଲର ଅଧ୍ଯକ୍ଷ ଡା. ରେଖା ଦାସ ଉଦ୍‌ଘାଟନ କରିଥିଲେ ।

କର୍ମଶାଳାର ଆୟୋଜିକା ସଭାପତି ଡା. ଆସରନ୍ତି କର ସ୍ବାଗତ ଭାଷଶ ଦେଇଥିଲେ ଏବଂ ଡା. ମୀନାକ୍ଷୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶରୀରର ବିଭିନ୍ନ ଅଙ୍ଗର କର୍କଟ ରୋଗର ନୂତନ ନିରୂପଣ ପଦ୍ଧତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରାଯାଇଛି । ଏହା କର୍କଟର ରୋଗର ସଠିକ୍ ଚିକିତ୍ସା ନିମନ୍ତେ ଅତ୍ୟନ୍ତ ଉପାଦେୟ ଅଟେ । ଏହି ସମ୍ମିଳନିରେ TMH, Mumbai ଓ ଦେଶର ବିଭିନ୍ନ AIIMs ତଥା ଅନ୍ୟାନ୍ୟ କର୍କଟ ରୋଗ ହସ୍ପିଟାଲର ସୁନାମଧନ୍ୟ ଡାକ୍ତରମାନେ ଯୋଗଦାନ କରି ତାଙ୍କର ମତ ଦେଇଛନ୍ତି । TMH ର Professor Dr. Sumit Gujural ଏବଂ ସର୍ବଭାରତୀୟ ନିଦାନ ବିଶେଷଜ୍ଞଙ୍କର ସଭାପତି SCB ମେଡ଼ିକାଲ କଲେଜ ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଅସରନ୍ତି କରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ଏତଦ୍‍ବ୍ୟତୀତ ନିଦା ନ ବିଭାଗୀୟ କର୍କଟ କ୍ୟାନସର ଇନ୍‌ଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ନିଜ ନିଜ ବକ୍ତବ୍ୟ ଉପାଦେୟ ତଥ୍ୟମାନ ଉପସ୍ଥାପନା କରିବା ସହିତ କର୍କଟ ରୋଗ ସମ୍ବନ୍ଧରେ ବିଶଦଭାବେ ଆଲୋ ଚନା କରିଥିଲେ । କାର୍ଯ୍ୟକାରୀ ସମ୍ପାଦୀକା ଡାକ୍ତର ମିନାକ୍ଷୀ ମହାପାତ୍ର, ଡକ୍ଟର ଫକୀର ଚରଣ ମୁଣ୍ଡା, କୋଷାଧ୍ୟକ୍ଷ ଡାକ୍ତର ରଂଜନ କୁମାର ମଲ୍ଲିକ ଏହାକୁ ପରିଚାଳନା କରିଥିଲେ I ଏଥରେ ବିଖ୍ୟାତ ନିଦନା ବିଶେଷଜ୍ଞ ଯଥା ଡାକ୍ତର ବି.କେ. ନନ୍ଦ, ଡାକ୍ତର ଜି.ଏନ୍. ମହାନ୍ତି, ଡାକ୍ତର ଏନ.ସି. ପରିଜା, ଡାକ୍ତର ରବିନାରାୟଣ ମଲ୍ଲିକ, ରଘୁମଣି ମହାନ୍ତି, ଡାକ୍ତର କନକଲତା ଦେଇ, ଡକ୍ଟର ତୁଷାର କର, ଡକ୍ଟର ସାଗରିକା ସାମନ୍ତରାୟ, ଡକ୍ଟର ଏସ.କେ. ହୋତା, ଡାକ୍ତର କୌମୁଦୀ ପଟ୍ଟନାୟକ, ଡାକ୍ତର ଅପରଜିତା ମିଶ୍ର, ଡାକ୍ତର ପ୍ରଜ୍ଞା ପଣ୍ଡା, ଡାକ୍ତର ଗୌତମୀ ଦାସ ନାୟକ, ଡାକ୍ତର ଗୌରାଙ୍ଗ ପୃଷ୍ଟି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଦ୍ବାରା ମେଡ଼ିକାଲର ଏମବିବିଏସ୍, ପିଜି ଛାତ୍ର, ଡାକ୍ତର ବିଶେଷଜ୍ଞ ତଥା କର୍କଟ ରୋଗୀ ତଥା ସମାଜର ସାଧାରଣ ଜନତା ଅନେକ ଉପକୃତ ହୋଇଛନ୍ତି । ସର୍ବୋପରି କର୍କଟ ରୋଗ ନିରୂପଣ ତଥା ଚିକିତ୍ସାର ଉନ୍ନତି ନିମନ୍ତେ ପୁଙ୍ଖାନୁପୁଙ୍ଖା ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *