
ବାରିପଦା /ଉଦଳା(କ: ବ୍ଯୁ) ୧୬/୦୮/୨୦୨୪ : କେନ୍ଦ୍ରୀୟ ଓଡ଼ିଶା ରେଳପଥ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ କମିଟିର ସ୍ଥାୟୀ ସଭାପତି ତଥା ଉଦଳା ନିର୍ବାଚନ ମଣ୍ଡଳୀର ପୂର୍ବ ବିଧାୟକ ଶ୍ରୀଯୁକ୍ତ ଶ୍ରୀନାଥ ସୋରେନ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ମଞ୍ଚାସୀନଙ୍କ ମଧ୍ୟରେ
କମିଟି ର ଉପ-ସଭାପତି ତଥା ବଡ଼ସାହି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଗଣେଶ୍ଵର ପାତ୍ର, ସମ୍ପାଦକ ଶ୍ରୀଯୁକ୍ତ କମଳଲୋଚନ
ବାରିକ,ସହ- ସମ୍ପାଦକ ଶ୍ରୀଯୁକ୍ତ ସସଧର ସ୍ବାଇଁ ଓ ଉଦ୍ଯକ୍ତା, ଶ୍ରୀଯୁକ୍ତ ଜୟକିସନ ପାଣି ଅନ୍ୟ ମଞ୍ଚାସୀନଙ୍କ ମଧ୍ୟରେ ବିଜେଡି-ଜିଲ୍ଲା-ସମ୍ପାଦକ ଶ୍ରୀଯୁକ୍ତ ବନମାଳୀ ବେହେରା ଓ ଜିଲ୍ଲା, ସାଧାରଣ-ସମ୍ପାଦକ, ଶ୍ରୀ ଯୁକ୍ତ ଅମୀୟ କୁମାର ବଳ ଉପସ୍ଥିତ ଥିଲେ। ଆବାହକ ଶ୍ରୀଯୁକ୍ତ ସୋରେନ ମଞ୍ଚାସୀନ ମାନଙ୍କ ପରିଚୟ ପ୍ରଦାନକରିବା ସହିତ ଆହୁତ ସମ୍ମିଳନୀ ର ବିଷୟ ବସ୍ତୁ, ପ୍ରସ୍ତାବିତ ନୂତନ ରେଳପଥ ପ୍ରକଳ୍ପ ଉପରେ ସମ୍ୟକ୍ ଧାରଣା ଦେବା ପରେ ଉପ-ସଭାପତି ଶ୍ରୀ ଯୁକ୍ତ ଗଣେଶ୍ଵର ପାତ୍ରଙ୍କୁ ଉକ୍ତ ବିଷୟରେ ବିଷଦ ଭାବେ ବର୍ଣନା
କରିବା ପାଇଁ ଅନୁରୋଧ କରିଥିଲେ।
ଶ୍ରୀ ଯୁକ୍ତ ପାତ୍ର ତାଙ୍କ ବକ୍ତବ୍ୟରେ କେନ୍ଦ୍ରୀୟ ଓଡ଼ିଶା ରେଳପଥ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତାବିତ ବାଲିଆପାଳ ଠାରୁ ଆନ୍ଧ୍ରର ବିଜୟୱଡା ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ୧୦୫୦ କି:ମି: ଦୈର୍ଘ୍ୟ ବିଶିଷ୍ଟ ନୂତନ ଋରେଳପଥ ଓଡ଼ିଶା ର ଚୀର ଅନଗ୍ରସର ବାଲିଆପାଳ ଠାରୁ ଭାୟା ବସ୍ତା,ହରିପୁର,ମେରଦା, ବେତନଟୀ, ବଡ଼ସାହି,ଉଦଳା,କପ୍ତପଦା,ଶରତ, ଦଇତାରୀ, ଘଟଗାଁ,ଵୈ।ଦ୍ଧ, ସୁବର୍ଣ୍ଣପୁର,(ସୋନପୁର), ଭବାନୀପାଟଣା, ନବରଙ୍ଗପୁର, ବାଲିମେଳା, ଳ୍ମମାଲକାନଗିରି,ଭେଲାରପଡୁ, ଟି•ନରସାପୁରମ୍ ଓ ଓନଜଭିଡ ହୋଇ ଆନ୍ଧ୍ରର ବିଜୟୱଡା ପର୍ଯ୍ୟନ୍ତ ଯିବାକୁ ଥିବା ନୂତନ ରେଳଲାଇନ୍ ନିର୍ମାଣ ପ୍ରକଳ୍ପଟି ଯେଉଁ ସବୁ ଅଞ୍ଚଳଦେଇ ଯିବ
ସେହି ସବୁ ଅଞ୍ଚଳ ଗୁଡ଼ିକ ପ୍ରାୟତଃ ଅନଗ୍ରସର, ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏହି ନୂତନ ରେଳଲାଇନ୍ ନିର୍ମାଣ ସେମାନଙ୍କ ଉନ୍ନତିର ଆଶାବାଡ଼ି ସଦୃଶ ହେବ ବୋଲି ସେ କହିଥିଲେ।
କମିଟି ସମ୍ପାଦକ ଶ୍ରୀଯୁକ୍ତ କମଳଲୋଚନ ବାରିକ୍ ତାଙ୍କ ବକ୍ତବ୍ୟ ରଖିବାକୁ ଯାଇ କହିଲେ ପ୍ରସ୍ତାବିତ ବାଲିଆପାଳ ବିଜୟୱାଡା ନୂତନ ରେଳପଥ କାର୍ଯ୍ୟକାରୀ ହେଲେ କେନ୍ଦ୍ରୀୟ ଓଡ଼ିଶାର ଏକ ବିସ୍ତିର୍ଣ୍ଣ ଚୀର- ଅଣବିକଶିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ସେମାନଙ୍କ ଜୀବନ ଜୀବିକାର ରାହା ସହିତ ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ ପରି ବହୁବିଧ ମୈ।ଳିକ ଓ ପ୍ରଗତି ଭିତ୍ତିକ ଆବଶ୍ଯକତା ଉପଲବ୍ଧ କରି ପାରିବେ। ଏତଦ୍ବ୍ୟତୀତ ଏହି ବିସ୍ତିର୍ଣ୍ଣ ଅଞ୍ଚଳଟି ପୂର୍ଣବିକଶିତ ଅଞ୍ଚଳରେ ପଣତ ହୋଇପାରିବ
ବୋଲି ମତ ରଖିଥିଲେ।
ପରବର୍ତ୍ତୀ ମଞ୍ଚାସୀନ ଅତିଥି ରେଳପଥ କ୍ରିୟାନୁଷ୍ଠାନ କମିଟିର ଉଦ୍ଯକ୍ତା
ଶ୍ରୀ ଯୁକ୍ତ ଜୟକିସନ ପାଣି କହିଥିଲେ ଏଇ ନିକଟରେ ଏହି କମିଟି ତରଫରୁ
ତା୧୦/୦୮/୨୦୨୬ରିଖ ଦିନ ସଭାପତି ଶ୍ରୀ ଯୁକ୍ତ ସୋରେନଙ୍କ ନେତୃତ୍ବରେ ଏକ ଦଳ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଯୁକ୍ତ ଅଶ୍ବିନୀ ବୈଷ୍ଣବ
ମହୋଦୟଙ୍କ ସହିତ ପ୍ରସ୍ତାବିତ”ବାଲିଆପାଳ ଠାରୁ ବିଜୟୱଡା” ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ପ୍ରକଳ୍ପର ରୂପରେଖ ର ସୁଚନା ଦେଇଥିଲେ। ମନ୍ତ୍ରୀ ମହୋଦୟ ଏଥିପାଇଁ ଖୁସି ପ୍ରକଟ କରିବା ସହିତ ସହଯୋଗର ସଦେୟ ପ୍ରତିଶୃତି ଦେଇଥିବାରୁ ଦିଲ୍ଲୀ ଗସ୍ତରେ ଥିବା ଉକ୍ତ କେନ୍ଦ୍ରୀୟ ଓଡ଼ିଶା ରେଳପଥ କ୍ରିୟାନୁଷ୍ଠାନ କମିଟି ଦଳ ଓଡ଼ିଶା ର ବାଲିଆପାଳ ଠାରୁ ଭାୟା ବସ୍ତା, ହରିପୁର, ମେରଦା, ବେତନଟୀ, ବଡ଼ସାହି, ଉଦଳା, କପ୍ତପଦା, ଶରତ, ଦଇତାରୀ, ଘଟଗାଁ,ବୈ।ଦ୍ଧ, ସୁବର୍ଣ୍ଣପୁର (ସୋନପୁର), ବାଲିମେଳା ମାଲକାନଗିରି,ଭେଲାରପଡୁ,ଟି•ନରସାପୁରମନ ଓ ଓନଜଭିଡ ହୋଇ ଆନ୍ଧ୍ରର ବିଜୟୱଡା ପର୍ଯ୍ୟନ୍ତ ନୂତନ ରେଳଲାଇନ୍ ନିର୍ମାଣ ନିମନ୍ତେ ଏକ ଲିଖିତ ଦରଖାସ୍ତ ମନ୍ତ୍ରୀ ମହୋଦୟଙ୍କୁ ପ୍ରଦାନ କରାଯାଇଥିବା କଥା ପ୍ରକାଶ କରିଥିଲେ। ଶେଷରେ
ମଞ୍ଚାସୀନ ବିଜେଡି, ଜିଲ୍ଲା ସମ୍ପାଦକ ଶ୍ରୀ ଯୁକ୍ତ ବନମାଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମୀୟ କୁମାର ବଳ
ସଭାସାଙ୍ଗକରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)