
ବାରିପଦା(କ: ବ୍ଯୁ) ତା୧୯/୦୮/୨ ୦୨୬ : ଆମେ ମୟୁର ଭଞ୍ଜିଆ ନା ମଟିକୁ –ଶୁଣି ଦେଲେ ଜଣେ ମୟୁରଭଞ୍ଜ ବାସୀର ଛାତି କୁଣ୍ଢେମୋଟ ହୋଇଯାଏ।କାରଣ ଏ ମୟୂରଭଞ୍ଜ ଏକ ଏପରି ମାଟି, ସେ କେବଳ ହୀରା ମାନଙ୍କୁ ଉତ୍ପନ୍ନ କରେ। ଏହାର ପାଣି,ପବନ,ନଦ,ନଦୀ,ପାହାଡ,ପର୍ବତ,ବଣ,ଜଙ୍ଗଲ ଯେପରି ମହାନ।ଏଠିକାର ରାଜା,ମହାରାଜା ମାନେ ମଧ୍ଯ ସେହିପରି ମହତ୍ୱାକାଂକ୍ଷୀ । ଯାହାର ପରିଚୟ ବହନ କରିଆସୁଅଛି ୧୯୧୭ ମସିହାରୁ ପ୍ରତିଷ୍ଠିତ ବାରିପଦା ମ୍ୟୁନିସିପାଲଟି। ଏହା ସର୍ବଦା ଚଳଚଞ୍ଚଳ ଥିବାବେଳେ ଉତ୍କର୍ଷତା ଓ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସିଛି।ମାତ୍ର ସାରା ଓଡ଼ିଶାର ପୂରାତନ ପୈ।ର ପାଳିକା ମଧ୍ୟରୁ ଅନ୍ୟତମ ଗଣା ହୋଇଆସୁଥିବା
ଏହି ବାରିପଦା ମ୍ୟୁନିସିପାଲଟିର ଏକ ସ୍ବତନ୍ତ୍ର ପରିଚୟ । ସୁଦୂର ଓଡ଼ିଶାର ରାଜଧାନୀ ଭୂବନେଶ୍ବରରୁ ମୟୂରଭଞ୍ଜ ରାଜଧାନୀ ବାରିପଦାକୁ ଆସିବା ପାଇଁ ଦୁଇ ଗୋଟି ରାସ୍ତା, ମଧ୍ୟରୁ ଗୋଟିଏ ଭୁବନେଶ୍ୱରରୁ ଭାୟା ବାଲେଶ୍ବର, ସେହିପରି ବାରିପଦାକୁ
ଆଉ ଗୋଟିଏ ରାସ୍ତା ଭୁବନେଶ୍ୱରୁ ଭାୟା ଉଦଳା, ବାରିପଦା। ମାତ୍ର ବସ୍ ଚଳାଚଳ କ୍ଷେତ୍ରରେ ଦୁଇ ଟି ଯାକ ବସ୍ ଭିନ୍ନ ରାସ୍ତା ଦେଇ ଆସିଥିଲେ ମଧ୍ଯ ଗୋଟିଏ ସ୍ଥାନରେ ମିଳିତ ହୋଇ ବାରିପଦାକୁ ପ୍ରବେଶ କରିଥାନ୍ତି। ତେଣୁ ସେଇଟା ବାରିପଦାର ପ୍ରବେଶଦ୍ବାର କୁହାଯାଇଥାଏ।ଏହାର ପରିଚୟ ସୃଷ୍ଟି କରିବାକୁ ଯାଇ ତତ୍କାଳୀନ ସରକାର ବାରିପଦା ଟାଉନ୍ ଇୟୁନିଟ୍ ନମ୍ବର-୯,ଆନନ୍ଦବଜାର,ଖାତା ନମ୍ବର୍_୨୨୦,ପ୍ଳଟ୍ ନମ୍ବର-୪୨୦,କିସମ-ରାସ୍ତା,ମୋଟ,ରକବା ଏ୧,୦୪ ଡେସିମିଲି ଯାଗା ରଖିଥିଲେ। ତନ୍ମମଧ୍ୟ ରୁ ପାଖାପାଖି ଏ୦,୧୨ ଡେସିମିଲି ଯାଗା ଉପରେ ଲୁହା ଫ୍ରେମର ବେରିକେଟ୍ ଘେରାଇ ଏକ ଗୋଲେଇ ନିର୍ମାଣ କରିଥିଲେ। ଏହା ଓଡ଼ିଶା ର ରାଜଧାନୀ ଭୁବନେଶ୍ୱରରୁ ମୟୂରଭଞ୍ଜ ଜିଲ୍ଲାର ରାଜଧାନୀ ବାରିପଦାକୁ ଆସିବାର ମୁଖ୍ୟ ପ୍ରବେଶ ପଥ ହୋଇଥିବାରୁ ଏହାର ଦକ୍ଷିଣ ଦୀଗଟିକୁ ପ୍ରବେଶ ଦ୍ବାର ଓ ଉତ୍ତର ଦୀଗଟିକୁ ପ୍ରସ୍ଥାନ ଦ୍ବାର ରୂପେ ଗଣା ଯାଇଥାଏ। ଗୋଲେଇଟି ଜିଲ୍ଲା ତଥା ବାରିପଦା ମ୍ୟୁନିସିପାଲଟି ପାଇଁ ବେଶ୍ ଗୁରୁତ୍ୱ ବହନ କରେ।ମାତ୍ର ପରିତାପର ବିଷୟ ଯେ ଗୋଲେଇଟିର ନାମ ବାଲେଶ୍ୱର ଗୋଲେଇ ବୋଲି ଲୋକ ମୁଖରେ ପ୍ରକଟିତ ଥିଲା। ସେଥିପାଇଁ ପର୍ଯ୍ୟଟକ ମାନେ ମୟୂରଭଞ୍ଜର ପ୍ରବେଶ ଦ୍ବାରରେ ବଲେଶ୍ବର ଗୋଲେଇ ନାମ ସୁଣି ଭ୍ରମରେ ପଡୁଥିବାର ଦେଖିବାକୁ ମିଳୁଥିଲା। ସେଥିପାଇଁ ଆମ ଚିନ୍ତାନାୟକ ମାନେ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଉକ୍ତ ଗୋଲେଇ କୁ ମୟୂରଭଞ୍ଜ ର ବରପୁତ୍ର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିଥିଲେ।ବିଧି ବ୍ୟବସ୍ଥା ଅନୁଯାୟୀ ଗୋଲେଇର ଉଭୟ ଦୀଗ ର ନିର୍ମିତ ଲୁହା ଫ୍ରେମ୍ – ବେରିକେଟ ଉପରେ
ଓଲ୍ଡିଙ୍ଗସାହାଯ୍ଯରେ ଲୁହାଧାତୁ ପ୍ରସ୍ତୁତ ଅକ୍ଷର ରେ ସବୁଜ ୟସୁନ୍ଦର, କୃଷ୍ଣଚନ୍ଦ୍ର ଗୋଲେଇ, ଓ ବାରିପଦା ପୌରପାଳିକା ର ନାମ ଫଳକ ମାନ ଖଞ୍ଜାଗଲା। ଜିଲ୍ଲା ପ୍ରବେଶ ଦ୍ବାରର ଗୋଲେଇ ଦୃଷ୍ଟି ରୁ ଶୋଭା ବର୍ଦ୍ଧନ ନିମନ୍ତେ ଭିତରେ ଲଗାଯାଇଥିବା ସବୁଜ ଘାସ ଓ ଫୁଲ ଗଛ ପାଇଁ ଝରାପାଣି ବ୍ୟବସ୍ଥା ସହିତ ମନୋରମ ଆଲୋକ ସଜ୍ଜା ଏହାକୁ ଏକ ଦର୍ଶନୀୟ ଗୋଲେଇ ରେ ପରିଣତ କରିଥିଲା। ମାତ୍ର ଆଜି ତତ୍ବାବଧାନ ଅଭାବରୁ ଗୋଲେଇଟି ଶ୍ରୀ ହୀନ ହୋଇ ପଡିଥିବାବେଳେ ଏହାର ବେରିକେଟ୍ ସମୂହ ବିଭିନ୍ନ ସ°ସ୍ଥା ଓ ବ୍ୟକ୍ତିଗତ ବିଜ୍ଞାପନ ମାନ ସ୍ଥାନିତ କରାଯିବାର ପ୍ରକୋଷ୍ଠ କ୍ଷେତ୍ର ପାପାଲଟି ଯାଇଛି। ଦେଖିବାକୁ ମିଳେ ମୟୁରଭଞ୍ଜର ବରପୁତ୍ର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଙ୍କ ନାମିତ ଗୋଲେଇ ଟି ସମ୍ପୂର୍ଣ ବିଜ୍ଞାପନ କବଳିତ ହୋଇ ସାରିଥିବାବେଳେ ବେରିକେଟ୍ ଉପରେ ଖଞ୍ଜାଯାଇ ଥିବା ନାମ ଫଳକ ଗୁଡ଼ିକ ଉପରେ ମଧ୍ୟ ବିଜ୍ଞାପନ ଫଟୋ ଚିତ୍ର ମାନ ଲଗାଯାଇ ଅସମ୍ମାନ କରାଯାଇ ଆସୁଥିବାର ଦୀର୍ଘ ବର୍ଷ ବିତି ଯାଇଥିଲେ ବି
ଏଥି ପ୍ରତି ଜିଲ୍ଲା ତଥା ପୈ।ର ପ୍ରଶାସନର ଦୃଷ୍ଟି ପଡି ନପାରିବା
ଉଭୟ ପ୍ରଶାସନଙ୍କ ଖାମଖିଆଲି କାର୍ଯ୍ୟଶୈଳୀ କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଅଛି। ଏଣୁ
ଯଥା ଶୀଘ୍ର ସମ୍ଭବ ଉକ୍ତ ଅଣ ଅଧିକାର ବିଜ୍ଞାପନ ସ୍ଥାନିତକାରୀଙ୍କ କବଳରୁ ଉଦ୍ଧାର କରି ଗୋଲେଇ କୁ ସ୍ବଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ସାଧାରଣରେ ତୀବ୍ର ଦାବୀ ହେଉଅଛି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)