ପାରାଦୀପ ଅବକାରୀ ଥାନା ପକ୍ଷରୁ ଧଳା ଜହର ନିଶା ମାଫିଆ ଗିରଫ

ପାରାଦ୍ଵୀପ : ପାରାଦ୍ଵୀପ ଥାନା ଅନ୍ତର୍ଗତ ବିଶ୍ୱାଳି ଗ୍ରାମରେ ପାରାଦୀପ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ପାରାଦ୍ଵୀପ ଅବକାରି ଥାନା ପୋଲିସ୍।ଯାଞ୍ଚ ପରେ ଉକ୍ତ ବ୍ରାଉନ ସୁଗାର ବେପାରୀ ଠାରୁ ୨୫ ଗ୍ରାମର। ହେରୋଇନ ଜବତ କରା ଯାଇଛି। ଏଥିରେ ସମ୍ପୂର୍କ୍ତ ଥିବା ବିଶ୍ଵାଳି ଗ୍ରାମର ସର୍ବେଶ୍ଵର ଜେନା ଦୀର୍ଘଦିନ ଧରି ଆଖ ପାଖ ଅଂଚଳରେ ହେରୋଇନ୍ ବେପାର କରୁଥିବା ସମ୍ପର୍କରେ ପାରାଦ୍ଵୀପ ଅବକାରୀ ଥାନା କୁ ଅଭିଯୋଗ ମିଳିଥିଲା। ଗ୍ରାହକଙ୍କୁ ଯୋଗାଣ ଉର୍ଦ୍ଧେଶରେ ସେ ଆଜି ହେରୋଇନ ରଖିଥିବାର ସୂଚନା ପରେ ପାରାଦ୍ଵୀପ ଅବକାରୀ ଥାନାର ଉପନିରିକ୍ଷକ ଧର୍ମପଦ ଦାସଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ ହୋଇଥଲା ।ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ପାରାଦ୍ଵୀପ ଅବକାରୀ ଥାନାର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲେ । ଗିରଫ ଅଭଯୁକ୍ତ ଜଣକ ହେଲେ ବିଶ୍ୱାଳୀ ଗ୍ରାମର ଧନେଶ୍ୱର ଜେନାଙ୍କ ପୁଅ ସର୍ବେଶ୍ଵର ଜେନା।ଜବତ ହେରୋଇନ ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୁଜଙ୍ଗ ଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।ଗିରଫ ଅଭଯୁକ୍ତମାନଙ୍କୁ ନାମରେ ଆଗରୁ ମାମଲା ଥିବା ସନ୍ଦେହରେ ଅବକାରୀ ବିଭାଗ ତରଫରୁ ଖୋଳତାଡ ଆରମ୍ଭ ହୋଇଛି ବୋଲି ଜଗତସିଂହପୁର ଅବକାରୀ , ଅଧିକ୍ଷୀକା ଅନିତା ପ୍ରଧାନ ପ୍ରକାଶ କରିଛନ୍ତି। ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *