ପୂର୍ବ ଅବସ୍ଥାକୁ ଫେରିବକି ଆମ ଓଭର ବ୍ରିଜ ? ୨କୋଟି ବ୍ୟୟରେ ମରାମତି। ଅଳ୍ପ ଦିନ ବ୍ୟବଧାନରେ ପୂର୍ବ ପରିସ୍ଥିତିକୁ ଫେରିବାର ଶୁଭାରମ୍ଭ।


ରାୟଗଡ ( ଅଜୟରଥ ) : ରାୟଗଡ ସହର ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଅଧିନରେ ରହିଥିବା ଲାଇଫ ଲାଇନ କୁହାଯାଉଥିବା ଓଭର ବ୍ରିଜ ବହୁବର୍ଷ ଧରି ପୂର୍ତ୍ତବିଭାଗ ଅଧୀନରେ ରହିଥିଲା।ସେହି ସମୟରେ ରକ୍ଷଣା ବେକ୍ଷଣ ବାବଦରେ କେବଳ ଧର୍ମକୁ ଆଖିଠାର ଭଳି ରକ୍ଷଣା ବେକ୍ଷଣା ଚାଲୁଥିଲା। କିଛି ବର୍ଷ ହେବ ଏହି ବ୍ରିଜ ଜାତୀୟ ରାଜପଥ ଅଧୀନକୁ ଆସିବା ପରେ କିଛି ମାସ ପୂର୍ବରୁ ୨ କୋଟି ବ୍ୟୟରେ ମରାମତି ହୋଇଥିଲା। ମରାମତି ସମୟରେ ଜନ ସାଧାରଣଙ୍କ ଅସୁବିଧା ନ କହିବା ଭଲ। ତଥାପି ବ୍ରିଜ ମରାମତି ସମୟରେ ଜନ ସାଧାରଣଙ୍କ ଅପୂର୍ବ ସହୋଜଗ ମିଳିବାରୁ ମରାମତି କାର୍ଯ୍ୟ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ 2 କୋଟି ବ୍ୟୟରେ ମରାମତି କାର୍ଯ୍ୟ ହୋଇଥିଲେବି ତହସିଲ କାର୍ଯ୍ୟାଳୟ ଦେଇ ଓଭର ବ୍ରିଜ ଉଠାଣିବେଳେ ଡାହାଣ ପାର୍ଶ୍ଵରେ ରହିଥିବା ବଡ଼ ବଡ଼ ଗାତ, ପୁରୁଣା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ରହିଥିବା ବ୍ରିଜ ତଳ କିଛି ବର୍ଷ ପୂର୍ବରୁ ଅଗ୍ନିକାଣ୍ଡ ଘଟି ବ୍ରିଜ ଦୁର୍ବଳ ହୋଇଥିବାରୁ ସୁରକ୍ଷା ଦ୍ରୁଷ୍ଟିରୁ ଖଞ୍ଜା ଯାଇଥିବା ଲୁହା , ତଳ ପାଖର ଅନେକ ସ୍ଥାନରୁ ସିମେଣ୍ଟ ଖସି ଲୁହା ଛଡ଼ ଦେଖା ଯାଉଛି। ଏହି ସମସ୍ୟା ଗୁଡିକ ମରାମତି ନ ହୋଇ ପଡିରହିଥିବା ବେଳେ ମରାମତି ହୋଇଥିବା ସ୍ଥାନ ଅଳ୍ପ ଦିନ ବ୍ୟବଧାନରେ ପୂର୍ବ ପରିସ୍ଥିତିକୁ ଫେରିବାର ଶୁଭାରମ୍ଭ ହୋଇଛି। ଯାହାକୁ ନେଇ ବର୍ତ୍ତମାନ ଜନ ସାଧାରଣ ଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।(ପୂର୍ବ ଅବସ୍ଥାକୁ ଫେରିବକି ଓଭର ବ୍ରିଜ) ଯାହାକି କାର୍ଯ୍ୟର ମାନ ଏବଂ ବିଭାଗୀୟ ଅଧିକାରୀଙ୍କ ମରାମତି ସମୟରେ ତଦାରଖ କିଭଳି ହୋଇଛି ତାହାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥି ପ୍ରତି ବିଭାଗୀୟଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *