ନିଶାମୁକ୍ତି ମହାଅଭିଯାନ : ଶତାଧିକ ଛାତ୍ର-ଛାତ୍ରୀଙ୍କ ଶପଥ ପାଠ


ଜଗତସିଂହପୁର 17/08 ସୋମବାର : ଜଗତସିଂହପୁର ପବ୍ଲିକ ସ୍କୁଲ ସଭାଗୃହରେ ବିଦ୍ୟାଳୟର ଶତାଧିକ ଛାତ୍ର-ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟର ଅଧ୍ୟକ୍ଷା ରାଜଶ୍ରୀ ରାୟଙ୍କ ଉପସ୍ଥିତରେ 10 କୋଟି ନିଶାମୁକ୍ତି ମହାଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଶାମୁକ୍ତି ଶପଥ ପାଠ କରିଥିଲେ l ଅଗଷ୍ଟ 6 ରୁ 20 ଯାଏ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ଆଜି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ମେଡିକାଲ ପ୍ରଭାଗ ଦ୍ୱାରା ପରିଚାଳିତ ଏହି ମହାଭିଯାନ ବ୍ରହ୍ମକୁମାରୀ ଜିଲ୍ଲା ସଂଚାଳିକା ମୀରା ଭଉଣୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ସଂସ୍ଥାର ବଡଭାଇ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମିହିର ପାଳଙ୍କ ଶିକ୍ଷଣୀୟ ବାଣୀ ଓ ଗଳ୍ପ ପିଲାମାନଙ୍କୁ ବେସ ଆକୃଷ୍ଟ କରିଥିଲା l ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷା ରାଜଶ୍ରୀ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଶ୍ରୀ ପବିତ୍ର ମୋହନ ବେହେରା ଅତିଥି ମାନଙ୍କର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *