କଟକ : କଟକ ମହାନଗର ନିଗମର ୩୬ ଓ ୫୧ ନମ୍ବର ର ପୂର୍ବତନ ବିଜେପି କର୍ପୋରେଟର ଓ କର୍ମୀ ମାନେ ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଆଜି ଲିଙ୍କରୋଡ ସ୍ଥିତ ଜିଲ୍ଲା କଂଗ୍ରେସ ର କାର୍ଯ୍ୟଳୟ ଠାରେ ଏକ ସୋତନ୍ତ୍ର କାର୍ଯ୍ୟକର୍ମ ରେ ବିଜେପି ଦଳର ପୂର୍ବତନ କର୍ପୋରେଟର୍ ଓ କେତେକ କର୍ମୀ ମାନେ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ମାନସ ଚୌଧୁରୀ ଙ୍କ ଉପସ୍ଥିତି ରେ ପ୍ରାୟ 40 ରୁ ଉର୍ଦ୍ଧ୍ବ ଅନ୍ୟ ଦଳର କର୍ମୀ ମାନେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ପୂର୍ବତନ ଜିଲ୍ଲା ସଭାପତି ମାନସ ଚୌଧୁରୀ ଏମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଦଳିୟ ପତାକା ଦେଇ ସ୍ୱାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । କଂଗ୍ରେସ ଦଳରେ ସାମିଲ ହୋଇଥିବା ପୂର୍ବତନ କର୍ପୋରେଟର୍ ସରସ୍ୱତୀ ବାରିକ ନିଜର ପ୍ରତିକ୍ରିୟା ଦେଇ କହିଲେ କଂଗ୍ରେସ ହେଉଛି ଏକ ମାତ୍ର ରାଜନୈତିକ ଦଳ ଯେଉଁ ଦଳ ପ୍ରତି ସାଧାରଣ ଜନତାଙ୍କର ଅତୁଟ ବିଶ୍ୱାସ ରହିଛି। କଂଗ୍ରେସ ଦଳର ନୀତି ଓ ଆଦର୍ଶ କୁ ବିଶ୍ୱାସ ରଖି ଆମେ ବିଜେପି ଦଳ ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଉଛୁ । ଆଗାମୀ ଦିନରେ କଂଗ୍ରେସ ଦଳ ଏକ ଶକ୍ତି ଶାଳୀ ଦଳ ଭାବେ ଗଢ଼ି ତୋଳିବା ପାଇଁ ବିଶ୍ୱାସ ରଖି ଆମେ ଦଳରେ ଯୋଗ ଦେଇଚୁ।