
କଟକ : କଟକ ବିଦ୍ୟାଧରପୁର ହାଇସ୍କୁଲ ପରିସରରେ ଆଜି ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ’ କାର୍ଯ୍ୟରେ ଆଗେଇ ଆସିଛନ୍ତି ଡାକ୍ତର ସୁବାସ ଚନ୍ଦ୍ର ଦାସ ସେ ଯୋବ୍ରା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରିବା ସହିତ ନିଶା ମୁକ୍ତ ସମାଜ ଗଠନ ସମ୍ପର୍କି ରେ ଏକ ସଚେତନତା ଅଭିଯାନ କାର୍ଯ୍ୟ କ୍ରମ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ମଞ୍ଜୁଶ୍ରୀ ମହାନ୍ତି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଡାକ୍ତର ସୁବାସ ଚନ୍ଦ୍ର ଦାସ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ କିପରି ନିଶରୁ ଦୂରେଇ ରହିପାରିବେ ସେ ବିଷୟରେ ସଚେତନ କରି କହିଲେ ଅଭିଯାନର ଲକ୍ଷ୍ୟ ହେଉଛି ଦେଶର ଯୁବପିଢ଼ିଙ୍କୁ ନିଶାଠାରୁ ଦୂରରେ ରଖିବା ଏବଂ ଏକ ବିକଶିତ ଭାରତ ନିର୍ମାଣରେ ଯୋଡ଼ିହେବା କୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ‘ନିଶାମୁକ୍ତ ଭାରତ’ ପାଇଁ ପ୍ରତିଜ୍ଞା ନେଇଥିଲେ। ଏହି କାର୍ଯ୍ୟ କ୍ରମରେ ନୋଡାଲ ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ସାହୁ, ବିଦ୍ୟାଳୟର ଶିକ୍ଷୟତ୍ରୀ କଳ୍ପନା ରାଉତ, ସୁପ୍ରଭା ପଣ୍ଡା, ସ୍ମିତା ରାଣୀ ସେଠୀ, ବାସନ୍ତୀ ବେହେରା, ସୁପ୍ରିୟା ସେନାପତି, ଗୀତାଞ୍ଜଳି ସ୍ୱାଇଁ, ଜୟଶ୍ରୀ ସାହୁ, ରିନାକ୍ଷୀ ଷଡ଼ଙ୍ଗୀ, ଜୟଶ୍ରୀ ମହାପାତ୍ର, ସବିତା ମହାରଣା, ଶିକ୍ଷକ ସୁଶାନ୍ତ କୁମାର ପରିଡ଼ା, ଭାଗିରଥୀ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।