ରାଜ୍ୟ ସରକାରଙ୍କ ଚୁକ୍ତି ଖିଲାପ, ସ୍ଥାନୀୟ ଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ଉପେକ୍ଷା


ରାଜଗାଙ୍ଗପୁର (କ. ବ୍ୟୁ.) : ରାଜଗାଙ୍ଗପୁର ର କଂଶବାହାରେ ଥିବା ଏକ କମ୍ପାନୀ ସ୍ଥାନୀୟ ବେକାର ଶିକ୍ଷିତ ଛାତ୍ରଛାତ୍ରୀ ଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହୋଇଛି। ଏହି କମ୍ପାନୀ 1962 ରେ ସ୍ଥାପିତ ହୋଇଥିଲା। ରାଜ୍ୟ ସରକାର ମୋଟ 586 ରେ ଏକର ଜମି ପ୍ରଦାନ କରିଥିଲେ। କମ୍ପାନୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ସହିତ ସିଏସାର କାର୍ଯ୍ୟ କରିବା ସହିତ ଲୋକଙ୍କ ବିକାଶ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ଆଜିକୁ କମ୍ପାନୀକୁ 64 ବର୍ଷ ଅତିବାହିତ ହୋଇଯାଇଛି। କିନ୍ତୁ କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉପେକ୍ଷା କରି ରାଜ୍ୟ ବାହାରେ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଯାହାକୁ ନେଇ କାଂଶବାହାଲରେ ମୋଟ 5 ଟି ପଞ୍ଚାୟତ ଚୁଙ୍ଗିମାଟି, ଢେଲୁଆ, ପାନପୋଷ, ଲାଇଙ୍ଗ ଏବଂ ସାଗଜୋର ର ଲୋକ ପ୍ରତିନିଧି ସରପଞ୍ଚ ସମିତି ସଭ୍ୟମାନେ ଘୋର ପ୍ରତିବାଦ କରି ରାଜ୍ୟ ସରକାରଙ୍କ ଦୃଷ୍ଟି କୁ ଆଣିଛନ୍ତି। ଏହି 5 ଟି ପଞ୍ଚାୟତ ର ଲୋକ ପ୍ରତିନିଧି ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉତ୍ତାରଞ୍ଜଳ ଆରଡିସି ସମ୍ବଲପୁର ପଶ୍ଚିମାଞ୍ଚଲ ଡିଆଇଜି ରାଉରକେଲା ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। କମ୍ପାନୀ କୁ ପ୍ରଦାନ କରାଯାଇଥିବା ଜମିରୁ ଅଧିକାଂଶ ଜମି କମ୍ପାନୀ ବ୍ୟବହାର କରିନଥିବାରୁ ସେହି ଜମିକୁ ତୁରନ୍ତ ଫେରସ୍ତ ପାଇଁ ଦାବି ହୋଇଛି। ଯଦି ରାଜ୍ୟ ସରକାର ଏବଂ କମ୍ପାନୀ ଲୋକଙ୍କ ଦାବୀକୁ ଅନଦେଖା କରନ୍ତି ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *