
କଟକ, ୮/୮ : ନୂଆବଜାର ହାଇସ୍କୁଲ୍ ୧୯୮୨ ମସିହା ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରଧାନ ଶିକ୍ଷକ ସ୍ବର୍ଗତ କୃଷ୍ଣମୋହନ ନନ୍ଦୀଙ୍କ ସ୍ମୃତି ରେ ମେଧାବୀ ସମ୍ବର୍ଦ୍ଧନା ଦିଆଯାଇଛି । ଚଳିତ ୨୦୨୫-୨୬ ମସିହା ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ଏ୧ ଗ୍ରେଡ ରଖିଥିବା କୁମାରୀ ଇତିଶ୍ରୀ ସାହୁ, ସାଇଶ୍ରୀ ନନ୍ଦ, ପ୍ରୀତମ କୁମାର୍ ସାହୁ, ସୁଶ୍ରୀ ପ୍ରତିଭା ପ୍ରୀୟଦର୍ଶିନୀ,
ସ୍ୱାଗତିକା ସ୍ୱାଇଁ, ଅନନ୍ୟା ସ୍ୱାଇଁ,ଏବଂ ଆଦାସ୍ୟା ଦାସ ଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ୧୯୮୨ ବ୍ୟାଚ୍ ପୁରାତନ ଛାତ୍ର ସଂସଦର ସଭ୍ୟ ନିରଞ୍ଜନ ମଲ୍ଲିକ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥ୍ ଭାବରେ ବିଦ୍ୟାଳୟର ପୁରାତନ ଶିକ୍ଷୟକ ନିରଞ୍ଜନ କାନୁନ ଗୋ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ ନାୟକ, ପ୍ରମିଳା ମହାରଣା
ମନୋଜ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ବା ସହିତ ବିଦ୍ୟାଳୟରେ ଦୀର୍ଘ ସମୟ କଟାଇ ଥିବା ଶିକ୍ଷକ ଜୀବନ ଉପରେ ଆଲୋକପାତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
ସମ୍ବର୍ଦ୍ଧନା ଉତ୍ସବରେ ଉମେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ସାହୁ, ଭରତ ଚନ୍ଦ୍ର ମହାରଣା, ରାମ ଚନ୍ଦ୍ର ପଣ୍ଡା, ରଞ୍ଜନ ମହାରଣା, ଈଶ୍ବର ଓଝା, ସମୀର ମହାନ୍ତି, ଶଶାଙ୍କ ଚୌଧୁରୀ, ରଞ୍ଜନ ମହାରଣା ଙ୍କ ସମେତ ୧୯୮୨ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରି ଚାଳନା କରିଥିଲେ ।