ନୟାଗଡ : ମହାନଦୀରେ ବନ୍ୟାପାଣି ପାଇଁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ୩ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଗଣିଆ ବଡମୂଳ ରାସ୍ତାର ରାସଙ୍ଗ ଠାରେ ରାସ୍ତା ଉପରେ ୩ଫୁଟରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସଙ୍ଗ, ଛାମୁଣ୍ଡିଆ ଓ ବଡ଼ଶିଲିଙ୍ଗା ପଞ୍ଚାୟତର ୨୫ ରୁ ଉର୍ଦ୍ଧ୍ବ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଯାତାୟତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ଯନ୍ତ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତୁରନ୍ତ ଯାତାୟାତ ପାଇଁ ଡଙ୍ଗା ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏପଟେ ଭାପୁର ବ୍ଲକ ମଣିପୁର ଗାଁ ମଧ୍ୟ ପାଣି ଘେରରେ ରହିଛି । ଫତେଗଡରୁ ରାସଙ୍ଗ ଗାଁକୁ ଯାଉଥିବା ରାସ୍ତାର କାଳିଗିରି ବ୍ରିଜ୍ ନିକଟରେ ରାସ୍ତାରେ ୩ଫୁଟର ବନ୍ଯାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ୍ଯାଜଳ ଆସିବା ଫଳରେ ଏକରଏକର ଚାଷଜମି ପାଣିରେ ବୁଡି ରହିଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ