“ଉଦଳା ପ୍ରାଥମିକ ଶିକ୍ଷକ ସଙ୍ଘ (ଏ.ୟୁ.ପି.ଟି.ଏଫ.) ପକ୍ଷରୁ ନବ ନିଯୁକ୍ତ ବିଇଓ ଙ୍କୁ ଶୁଭେଚ୍ଛା ଜ୍ଞାପନ କାର୍ଯ୍ୟକ୍ରମ”

ବାରିପଦା,/ଉଦଳା(କ: ଵ୍ଯୁ) ଅଦ୍ୟ ତା ୨.୬.୨୦୨୬ ରିଖ ମଙ୍ଗଳବାର ଉଦଳା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଭାବେ ଶ୍ରୀଯୁକ୍ତ ସୁବ୍ରତ କୁମାର କିସ୍କୁ ଯୋଗଦାନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଉଦଳା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସମିଳିତ ହୋଇ ନବ ନିଯୁକ୍ତ ବିଇଓ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏଥି ସହିତ ସଂଘର କର୍ମକର୍ତ୍ତା ମଣ୍ଡଳୀ ଉଦଳା ବ୍ଲକରେ ଶିକ୍ଷାୟତନ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବା ସହ ଶିକ୍ଷକ ତଥା କାର୍ଯ୍ୟାଳୟ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କ ମଧ୍ୟରେ ସମନ୍ଵୟ ରଖି କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ।ଏବଂ ଏଯାବତ୍‌ ଉଦଳା ବ୍ଲକ ବଜାୟ ରଖିଥିବା ତା’ର ଗାରିମା କୁ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାବଳୀ ହାତକୁ ନେଇ ସ୍ଵତନ୍ତ୍ର ବ୍ଳକ୍ ର ପରିଚୟ ସୃଷ୍ଟି ପାଇଁ ଯତ୍ପରୋନାସ୍ତି ଚେଷ୍ଟିତ ହେବାକୁ ଶିକ୍ଷକ ସମାଜ ଆଶା ବାଢିଛନ୍ତି ବୋଲି ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର ସଭାପତି ଆରତ କୁମାର ପରିଡା, ବ୍ଲକ ସଭାପତି ଅନ୍ତର୍ଯ୍ୟାମୀ ବେହେରା, ସଂଘର ପୂର୍ବତନ ଉପ ସଭାପତି ମିହିର ଜେନା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତ,ସମ୍ପାଦକ ଲଳିତ କୁମାର ବେହେରା, କୋଷାଦକ୍ଷ ମିନାକ୍ଷୀ ମିଶ୍ର,ସହ ସମ୍ପାଦକ ସତ୍ୟେନ୍ଦୁ ଜେନା, ସଂଯୋଜକ ଦେବେନ୍ଦ୍ର ନାଥ ପଣ୍ଡା, ଶିକ୍ଷକ ଉପେନ୍ଦ୍ର ମହାପାତ୍ର ଏବଂ ହେମନ୍ତ ସାହୁ ଆଦି ପ୍ରମୁଖ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *