ଡିସିବିଏଲ କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣ ସମ୍ପର୍କରେ ମୂଳ ନିବାସୀ ଆଦିବାସୀମାନେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅବଗତ କରାଇବା ପାଇଁ ଚେଷ୍ଟା କଲେ

ରାଜଗାଙ୍ଗପୁର. (କ.ବ୍ୟୁ) : ଆଗାମୀ ୨୧ ଏପ୍ରିଲ ୨୦୨୬ ରେ ମହାମୁହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଇସ୍ପାତ ସହର ରାଉରକେଲାକୁ ତାଙ୍କର ପ୍ରଥମ ଐତିହାସିକ ଗସ୍ତ କରିବେ, ଏହି ଦିନିକିଆ ଗସ୍ତ ସମୟରେ, ସେ ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ଏବଂ କଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଏହି ପରିପ୍ରେକ୍ଷୀରେ, ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାର ଆଦିବାସୀ ଲୋକମାନେ ଜମି ଅଧିଗ୍ରହଣ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେମାନଙ୍କର ଚିନ୍ତା ଜଣାଇବାକୁ ଚେଷ୍ଟା କରିଛନ୍ତି ଓ ନିଜ ଜମି ହରାଇ ଥିବା ନିରୀହ ଆଦିବାସୀ ମୂଳବାସୀ ସେମାନଙ୍କର ଜମିକୁ ସୁରକ୍ଷା ଦେବା ପାଇଁ, ନିଜ ଜମିରେ ଗତ ଡିସେମ୍ବର ୧୩, ୨୦୨୫ ଠାରୁ ଅଧିଗ୍ରହଣିତ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆସନ୍ତୁ ଶୁଣିବା ଡାଲମିଆ ସିମେଣ୍ଟ (ଇଣ୍ଡିଆ) ଲିମିଟେଡ୍ (DCBL) ଦ୍ୱାରା ଅବୈଧ ଭାବରେ ଜବରଦଖଲ କରାଯାଇଥିବା ଜମି ବିଷୟରେ ଆଦିବାସୀ ଲୋକଙ୍କ କଥା ….

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *