କବିତା ସନ୍ଧାନେ

ଧୈର୍ଯ୍ୟଧର ଜନଗଣ !
ତୁମେମାନେ ଯେଉଁ କବିତା ଖୋଜୁଛ
ତାହା ଏଯାବତ୍ ହୋଇନି ଲିଖିତ,
ଯାହା ହୋଇଅଛି ଲେଖା
ତାହା ମାତ୍ର କବିତା ଲେଖାର ଅଭ୍ୟାସ
ସେହି ଅଭ୍ୟାସରେ ଭାରତ ହୋଇଛି ସ୍ବାଧୀନ
ସେହି ଅଭ୍ୟାସରେ ସନ୍ତ୍ରାସୀ କେତେକ
କରିଛନ୍ତି ଆତ୍ମ ସମର୍ପଣ,
ଆଉ ସେହି ଅଭ୍ୟାସରେ ଚାଲିଛି କେବଳ
ତବ ତେଲ-ଲୁଣର ସଂସାର ।

ଧୈର୍ଯ୍ୟଧର ଜନଗଣ !
ତୁମର ଯେଉଁ କବିତାର ଆବଶ୍ୟକ
ତାହା ଲେଖିବାରେ ହେଉଛି ବିଳମ୍ବ,
କାରଣ, କାଳି…କାଗଜ ଓ କଲମର
ହେପାଦସ୍ତିଆଙ୍କ ମସ୍ତକରେ ଝୁଲୁଛି
ସୂକ୍ଷ୍ମ ସୂତାରେ ବନ୍ଧା ହୋଇଥିବା ଖଡ୍ଗ
କାହାକୁ କରାଯିବ ସ୍ଥାନାନ୍ତର
ଖଡ୍ଗ ନା’ ସିଂହାସନ (?)
ତା’ପରେ ତ ମା’ ବସୁଧା କୋଳରେ ହସିବ
ଅମୃତ ସନ୍ତାନ କବି ପ୍ରବର ।

ଧୈର୍ଯ୍ୟଧର ଜନଗଣ !
କବିତା ସମୂହ ଲେଖିବାକୁ ଅଛି ବହୁଦୂର
ସେ କବିତା ଲେଖିବେନି କିନ୍ତୁ
ଅଭ୍ୟାସରତ ତାଲିମପ୍ରାପ୍ତ ସାହିତ୍ଯ-ସାଧକ
ଲେଖିବେ କେବଳ ପିତୃତ୍ବ ସନ୍ଧାନେ
ବିହ୍ୱଳିତ ବିଚଳିତ ପୁତ୍ର ବିମ୍ବିସାର,
ଲେଖିବେ କେବଳ ଅନୁତାପରେ ଜର୍ଜରିତ
ମର୍ମାହତ ଦସ୍ୟୁ ରତ୍ନାକର,
ଯାହା ବାଲ୍ମୀକଙ୍କ ମନ୍ତ୍ର ଉଚ୍ଚାରଣେ
ମହକିତ ହେବ ଅଯୋଧ୍ୟା ନଗର ।

ଧୈର୍ଯ୍ୟଧର ଜନଗଣ !
ଆରମ୍ଭ ହୋଇଛି ମାତ୍ର ପାପ-ଅନ୍ଯାୟ-ଅଧର୍ମ
ଦେବକି ଗର୍ଭସ୍ଥ ପ୍ରଥମ ସନ୍ତାନକୁ କଂସ
ଏଇମାତ୍ର କରିଛି ନିଧନ,
ଅପକ୍ଷୋ କର ଆଉ ସପ୍ତଗର୍ଭ,
ସମୟ🔻✍️ କବିତା ସନ୍ଧାନେ ✍️🔻
( କବି ଶ୍ରୀ ଶମ୍ଭୁନାଥ ଦାସ, ଯାଜପୁର )
~~
ଧୈର୍ଯ୍ୟଧର ଜନଗଣ !
ତୁମେମାନେ ଯେଉଁ କବିତା ଖୋଜୁଛ
ତାହା ଏଯାବତ୍ ହୋଇନି ଲିଖିତ,
ଯାହା ହୋଇଅଛି ଲେଖା
ତାହା ମାତ୍ର କବିତା ଲେଖାର ଅଭ୍ୟାସ
ସେହି ଅଭ୍ୟାସରେ ଭାରତ ହୋଇଛି ସ୍ବାଧୀନ
ସେହି ଅଭ୍ୟାସରେ ସନ୍ତ୍ରାସୀ କେତେକ
କରିଛନ୍ତି ଆତ୍ମ ସମର୍ପଣ,
ଆଉ ସେହି ଅଭ୍ୟାସରେ ଚାଲିଛି କେବଳ
ତବ ତେଲ-ଲୁଣର ସଂସାର ।

ଧୈର୍ଯ୍ୟଧର ଜନଗଣ !
ତୁମର ଯେଉଁ କବିତାର ଆବଶ୍ୟକ
ତାହା ଲେଖିବାରେ ହେଉଛି ବିଳମ୍ବ,
କାରଣ, କାଳି…କାଗଜ ଓ କଲମର
ହେପାଦସ୍ତିଆଙ୍କ ମସ୍ତକରେ ଝୁଲୁଛି
ସୂକ୍ଷ୍ମ ସୂତାରେ ବନ୍ଧା ହୋଇଥିବା ଖଡ୍ଗ
କାହାକୁ କରାଯିବ ସ୍ଥାନାନ୍ତର
ଖଡ୍ଗ ନା’ ସିଂହାସନ (?)
ତା’ପରେ ତ ମା’ ବସୁଧା କୋଳରେ ହସିବ
ଅମୃତ ସନ୍ତାନ କବି ପ୍ରବର ।

ଧୈର୍ଯ୍ୟଧର ଜନଗଣ !
କବିତା ସମୂହ ଲେଖିବାକୁ ଅଛି ବହୁଦୂର
ସେ କବିତା ଲେଖିବେନି କିନ୍ତୁ
ଅଭ୍ୟାସରତ ତାଲିମପ୍ରାପ୍ତ ସାହିତ୍ଯ-ସାଧକ
ଲେଖିବେ କେବଳ ପିତୃତ୍ବ ସନ୍ଧାନେ
ବିହ୍ୱଳିତ ବିଚଳିତ ପୁତ୍ର ବିମ୍ବିସାର,
ଲେଖିବେ କେବଳ ଅନୁତାପରେ ଜର୍ଜରିତ
ମର୍ମାହତ ଦସ୍ୟୁ ରତ୍ନାକର,
ଯାହା ବାଲ୍ମୀକଙ୍କ ମନ୍ତ୍ର ଉଚ୍ଚାରଣେ
ମହକିତ ହେବ ଅଯୋଧ୍ୟା ନଗର ।

ଧୈର୍ଯ୍ୟଧର ଜନଗଣ !
ଆରମ୍ଭ ହୋଇଛି ମାତ୍ର ପାପ-ଅନ୍ଯାୟ-ଅଧର୍ମ
ଦେବକି ଗର୍ଭସ୍ଥ ପ୍ରଥମ ସନ୍ତାନକୁ କଂସ
ଏଇମାତ୍ର କରିଛି ନିଧନ,
ଅପକ୍ଷୋ କର ଆଉ ସପ୍ତଗର୍ଭ,
ସମୟ ଏକାନ୍ତ ଆସନ୍ନ
ମା’ ବସୁଧା କରିବ ଚିତ୍କାର
ବସୁମାତା ଗର୍ଭୁ ଖସିପଡ଼ିବ ରକ୍ତ ପିଣ୍ଡୁଳା
ସେ ରକ୍ତରେ ଭରିବ ଲେଖନୀ ଉଦର
ଯାହା ସେହି କବିତାର ହେବ ରକ୍ତଗାର ■|

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର

ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର
ଯାଜପୁର,

Leave a Reply

Your email address will not be published. Required fields are marked *