“ଉଦଳା ହାଇସ୍କୁଲ  ଆଲୁମିନି ର ଜରୁରୀ  ବୈଠକ ,  ହାଇସ୍କୁଲ ର ୧୬ ଏକର‌ ୮୭ ଡିସିମିଲ ଜମି ଚିହ୍ନଟ ପାଇଁ ପ୍ରସ୍ତାବ”

ବାରିପଦା/ଉଦଳା(କ ବ୍ୟୁ ) ତା୧୯/୩/୨୦୨୬ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସହର ରେ  ସର୍ବ ପୂରାତନ ଉଦଳା ସରକାରୀ ଉଚ୍ଚ‌ବିଦ୍ୟାଳୟ   ଅଧୁନା ପି. ଏମ୍‌ ଶ୍ରୀ‌ ବିଦ୍ୟାଳୟ ଉଦଳା‌ ଇୟୁନିଟି ୩ ଦୁର୍ଗାନଗର ମୌଜା ଖାତା ୭୧  ନିଜ ନାମ ରେ ୧୬ ଏକର‌ ୮୭ ଡିସିମିଲ ଜମି ତିନି ଗୋଟି ପ୍ଲଟ ଅଛି  । ଉଦଳା ହାଇସ୍କୁଲ ର  ଉକ୍ତ ଜମିରେ ବେନୀୟମ ଭାବେ ଏନ୍ ଏ ସି ଶିଶୁ ଉଦ୍ୟାନ,ସ୍ବୟଙ୍ଗ ସହାୟକ ଗୃହ, ଉକ୍ତ ଜିମି ଆଦିବାସୀ ସ୍ବମନୟ ବିକାଶ କେନ୍ଦ୍ର ଟି ଆଦିବାସୀ ‌ଯୁଵକ ଯୁବତୀ ଙ୍କ ଶାରିରୀକ ବିକାଶ ପାଇଁ ୨୦୦୮ ମସିହା ରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ କରକମଳ ରେ ଉଦଘାଟିତ  ହୋଇଥିଲା ଅଧୁନା‌ ଏନ୍ ଏ ସି ଭଡା ଦେଇଥିବା ଜିମ୍(ରାଠୋର ଫିଟିନେସ୍ ) ହୋଇଛି , ଇଂଲଣ୍ଡର ଷ୍ଟାଡିୟମ ଆଦି ବେଆଇନ ହୋଇଥିବାରୁ ଆଲୁମିନୀ ଆସୋସିଏସନ୍ ସମସ୍ତ  ଗଢିଉଠିଲା ସଂନ୍ଥା  କାହା ଅନୁମତି ରେ ଖୋଲା ଗଲା ,ଆଦାୟ ହେଉଥିବା ଅର୍ଥ  ଉଦଳା ହାଇସ୍କୁଲ କୁ ମିଳୁନଥିବା ବିଷୟ ଉପସ୍ଥିତ ସଦସ୍ୟ ଙ୍କ ମଧ୍ୟରେ ଆଲୋଚନା ହୋଇଛି ।  ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ରେ ଉଦଳା ସରକାରୀ ଉଚ୍ଚ‌ବିଦ୍ୟାଳୟ କୁ କୋୖଣସି ପତ୍ରାଳାପ କରାଯାଇନଥିଲା  ପଶ୍ଚିମ  ପାଶ୍ବର ମୁଣ୍ଡା ମୁଣ୍ଡ ୧୨ ଫୁଟୁ ଓସାର ଜମି ଉଚ୍ଛେଦ  କରିଛିନ୍ତି । ଏହି ପରୀପ୍ରେକ୍ଷୀରେ ସମସ୍ତ ବିଷୟବସ୍ତୁ  ସହିତ ଜମି ୧୬ ଏକର ୮୭ ଡିସିମିଲ (ଡିମାର୍କେଟ )ଚିହ୍ନଟ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ପତ୍ରାଳାପ କରାଯିବ ।ଉଦଳା ହାଇସ୍କୁଲ  ଆଲୁମିନି  କମିଟି ର ସଭାପତି ପୂର୍ବତନ ଅଧ୍ୟକ୍ଷ ଦୀଲ୍ଲିପ କୁମାର ଦୀକ୍ଷିତ ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ହୋଇ ଉଦଳା ହାଇସ୍କୁଲ ର ପ୍ରଧାନ ଶିକ୍ଷକ  ନୀତିନ କୁମାର ଘୋଷ ମଞ୍ଚାସିନ ଥିଲେ ।ଆଲୁମିନୀ ର ସମ୍ପାଦକ ଆଶୋକ କୁମାର ମହାନ୍ତି,ଯଜ୍ଞନାରାୟଣ ମହାନ୍ତି, ପ୍ରଭାତ କୁମାର ପରିଡ଼ା,ଶରତ ଚନ୍ଦ୍ର ଦାସ,ମନୋଜ କୁମାର ମହାନ୍ତି ,ପ୍ରହଲ୍ଲାଦ ଦାସ,ଅମୀୟ ବଳ,ହୀମାଦ୍ରୀ ପାଲ,ହୀମାଂସୁ ପାଲ,ଡିକେନ୍ସ ବେହେରା ,ଲିପୁ ମହାନ୍ତି ପ୍ରମୁଖ ଆଲୋଚନା ରେ ଭାଗନେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *