ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨ ୫-୨୬

ବାରିପଦା(କ:ବ୍ଯୁ)ତା୨୫/୦୨/୨୦୨୫
ଆଜି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ଶହୀଦ୍ ସ୍ମୃତି ଭବନ, ବାରିପଦା ଠାରେ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ମୂଖ୍ୟଅତିଥି ଭାବରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ପ୍ରଦୀପ ପ୍ରଜ୍ଵଳନ କରି ସମ୍ମିଳନୀକୁ ଶୁଭାରମ୍ଭ କରିଥିଲେ । “ସ୍ବାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା’ ବିଷୟରେ ଆଲୋଚନା କାଳରେ ଜିଲ୍ଲାପାଳ ଶ୍ରୀ ସୟ୍ ଶିଶୁମାତୃ ମୃତ୍ୟୁହାରକୁ ସର୍ବନିମ୍ନ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ବିଭିନ୍ନ ସଚେତନତା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଆଶା ଓ ଗାଁ କଲ୍ୟାଣ ସମିତିର ଉତ୍ତମ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ଜିଲ୍ଲାର ଜଣେ ଶ୍ରେଷ୍ଠ ଆଶାଙ୍କୁ ୧୦,୦୦୦/- ଟଙ୍କା (ପ୍ରଥମ ପୁରସ୍କାର), ୪ଜଣ ଶ୍ରେଷ୍ଠ ଆଶା (ଦ୍ଵିତୀୟ) ପୁରସ୍କାର ୯୦୦୦/-ଟଙ୍କା, ଜଣେ ଶ୍ରେଷ୍ଠ ଆଶାଙ୍କୁ (ତୃତୀୟ ପୁରସ୍କାର), ୮୦୦୦/-ବ୍ୟାଙ୍କ ଏକାଉଣ୍ଟକୁ ପ୍ରଦାନ କରାଯିବ । ପ୍ରତ୍ୟେକ ୨୬ ଟି ଗାଁ କଲ୍ୟାଣ ସମିତିକୁ ୧୦୦୦୦/-ଟଙ୍କା ଏବଂ ୨୨ଟି ଜନଆରୋଗ୍ୟ ସମିତିକୁ ୧୩୦୦୦/-ଟଙ୍କା ବ୍ୟାଙ୍କ ଏକାଉଣ୍ଟକୁ ଦିଆଯାଇଛି । ସେହିପରି ‘ଶ୍ରେଷ୍ଠ ଆଶା ପୁରସ୍କାର, ସୁସ୍ଥ ଗାଁ ପୁରସ୍କାର, ଶ୍ରେଷ୍ଠ ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତି ପୁରସ୍କାର ବିତରଣ କରାଯାଇଥିଲା । ଆଜିର ସମ୍ମିଳନୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାଃ ସୁନନ୍ଦା ମିଶ୍ର, ମୟୂରଭଞ୍ଜ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିହାରୀକା ମହାନ୍ତି, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(କ୍ରୁଷ୍ଟ) ଡାଃ ଶାନ୍ତନୁ କୁମାର ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ) ଡାକ୍ତର ବି.କେ ଦାଶ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁବାଷ ଚନ୍ଦ୍ର ନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (ଏନ୍‌ଏଚ୍ଏମ) ଅନିଲ୍ କୁମାର ମହାନ୍ତି, ଶ୍ରୀରାମ ମହାନ୍ତି, ଅଜିତ କୁମାର କୁଅଁର, ସ୍ବର୍ଣ୍ଣଲୀକା ମହାନ୍ତି, କହ୍ନେଇ ନାୟକ, ଧନୁରାମ ମୁର୍ମୁ ଉପସ୍ଥିତ ରହିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ଆଶା, ଗାଁ କଲ୍ୟାଣ ସମିତି(ଅଙ୍ଗନୱାଡି ୱାର୍କର, ୱାର୍ଡ ମେମ୍ୱର), ଜନ ଆରୋଗ୍ୟ ସମିତିର ସଦସ୍ୟବୃନ୍ଦ ଓ ସରପଞ୍ଚ ଯୋଗ ଦେଇଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *