

ରାଜଗାଙ୍ଗପୁର: ( କ ବ୍ୟୁ ) (25/02/26 ) : ଡାଲମିଆ ସିମେଣ୍ଟ ଭାରତ କମ୍ପାନୀ ର ଲାଞ୍ଜିବେର୍ଣା ଖଣି ସମ୍ପସାରଣ କୁ ନେଇ ଗତ ଡିସମ୍ବର 13ତାରିଖ ରେ ଜମି ଅଧିଗ୍ରହଣ ସମୟରେ ହଜାର ହଜାର ଅଧିବାସୀ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖି ଜମି ଅଧିଗ୍ରହଣ କୁ ସ୍ଥଗିତ କରା ଯାଇ ଥିଲା l ଏହାର ପ୍ରତିବାଦରେ ଗତ 18ତାରିଖରେ ରାଜ୍ୟ ରାଜ ପଥ 10କୁ 12ଘଣ୍ଟିଆ ଆର୍ଥିକ ଅବରୋଧ କରି ପ୍ରଶାସନ ଏବଂ କାରଖାନା କୃତପକ୍ଷ ଙ୍କୁ ଚେତାବନୀ ଦେଇ ଥିଲେ l ସ୍ଥାନୀୟ ଅଧିବାସୀ ଙ୍କ ସହ ପ୍ରଶାସନ କି କମ୍ପାନୀ କୃତପକ୍ଷ କୌଣସି ସମାଧାନ କି ଆଲୋଚନା ନକରା ଯାଇ ପ୍ରଶାସନ କିଛି ସ୍ଥାନୀୟ ଅଧିବାସୀ ଲୋକଙ୍କୁ ଆଜି ପ୍ରଭାତରେ ପୋଲିସ ସେମାନଙ୍କୁ ଅଟକ ରଖି ଜମି ଅଧିଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରିବା ଦ୍ଵାରା ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ସହ ପୋଲିସ ସହ ଧସ୍ତା ଧସ୍ତି ହୋଇ ଥିଲା ଘଟଣା ସ୍ଥଳ ରେ ଜମିମାଲିକ ଏବଂ ସ୍ଥାନୀୟ ଅଧିବାସୀ ମାନେ ଏହି ଜମି ଅଧିଗ୍ରହଣ କୁ ବିରୋଧ କରୁ ଥିବା ଦେଖା ଦେଇଛି l ଜମି ଅଧିଗ୍ରହଣ ବନ୍ଦ ନକରାଗଲେ ପରିସ୍ଥିତି ଜଟିଳ ହେବ ତାହା ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଉଛନ୍ତି
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )