ଏକ ଦିବସିଅ ରାତ୍ର କ୍ରିକେଟ ମେଚ ଅନୁଷ୍ଠିତ

ବାରିପଦା-ଉଦଳା(କ:ବ୍ଯୁ)
ଉଦଳା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କୁଣ୍ଡାବାଇ ପଂଚାୟତ ନୟା ରଙ୍ଗାମାଟିଆ ଗ୍ରାମରେ ପ୍ରଥମ ଥର ପାଇଁ ଏକ ଦିବସିୟ ରାତ୍ର କ୍ରିକେଟ ମେଚ ଅନୁଷ୍ଠିତ ହୋଇ ଯାଇଛି, ଏହି ମେଚ କୁ ଅଂଚଳର ସ୍ଵେଛାସେଵୀ ଯୁବକ ଦୀପକ କୁମାର ସେଠି ମୁଖ୍ୟ ଅତିଥି ରୂପେ ପଡିଆରେ ପହଂଚି ଫିତା କାଟି ମେଚ କୁ ଶୁଭ ଉଦଘାଟନ କରିଥିବା ବେଳେ ଅଂଚଳର କଂଗ୍ରେସ ନେତା ରାମ ଚନ୍ଦ୍ର ସିଂ, 14 ନମ୍ବର ୱାର୍ଡର ୱାର୍ଡ ମେମ୍ବର ପାଲଟନ ସିଂ, ହରିହର ମହାନ୍ତ, ମହେନ୍ଦ୍ର ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ, ଏହି ଏକ ଦିବସିୟ ରାତ୍ର ମେଚରେ ଅଂଚଳର 8 ଟି ଦଳ ଭାଗ ନେଇଥିବା ବେଳେ ପ୍ରଥମ ମେଚ ଟାଟା ପାୱାର ଟସ ଜିଣି ବେଟିଙ୍ଗ ଆରମ୍ଭ କରି 8 wiket ରେ 85 ରନ ସଂଗ୍ରହ କରି ଥିବା ବେଳେ ବିପକ୍ଷ ଦଳ ଏଭର ଗ୍ରୀନ ଦଳ 25 ରନ କରି ଅଲ ଆଉଟ ହୋଇ ଯାଇଥିଲେ, ସେସରେ ଗୋବିନ୍ଦପୁର ଟିମ୍ ଚମ୍ପିୟାନ ହୋଇଥିବା ବେଳେ ଜମୁଡିହl ଟିମ୍ ରନର୍ସ ଅପ ସମ୍ମାନ ହୋଇଥିଲେ, ଅଂଚଳରେ ପ୍ରଥମଥର ପାଇଁ ଏହି ରାତ୍ର ମେଚ ଅନୁଷ୍ଠିତ ହୋଇଥିବାରୁ ଦଶର୍କ ମାନେ ଉତ୍ସାହର ସହ ମେଚକୁ ଉପଭୋଗ କରିଥିଲେ l
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *