“ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ରେ ମା ତାରିଣୀ ଖଣ୍ଡିହୁଡି ତୀର୍ଥକ୍ଷେତ୍ର ରେ ବାବା ମହାକାଳେଶ୍ଵର ମନ୍ଦିର ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି”

ବାରିପଦା-ଉଦଳା(କ:ବ୍ଯୁ) ତା୦୧\୦୨\୨୦୨୬
ଷ୍ଟ୍ରଟି ର ସଭାପତି ଶ୍ରୀବତ୍ସ କଲିଆ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା । ଉପସ୍ଥିତ ସମସ୍ତ ଅନୁଷ୍ଠାନର  କର୍ମକର୍ତ୍ତାମାନ ଙ୍କ ଉପସ୍ଥିତି ରେ   ମା ଙ୍କୁ ନିରବ ପ୍ରାର୍ଥନା କରାଯାଇ  ସମ୍ପାଦକ ବିଶ୍ବନାଥ ବେହେରା  ବାବା ମହାକାଳେଶ୍ଵର ମନ୍ଦିର ପ୍ରତିଷ୍ଠା ପାଇଁ ବିଭିନ୍ନ ବିଷୟ ଉପରେ ସମସ୍ତ ଙ୍କ ସହମତି ରେ କାର୍ଯ୍ୟକ୍ରମ ସୂଚାରୁରୂପେ କରାଯିବାକୁ ସିଦ୍ଧାନ୍ତ ନିଆଯାଇଛି ।ଫେବୃୟାରୀ ୧୮ ରେ  ମନ୍ଦିର ଦଧିନଉତି କଳସ ପ୍ରତିଷ୍ଠା ହେବ
।୧୯ ତାରିଖ କଳସ ଶୋଭାଯାତ୍ରାରେ ଉଦଳା ବଜାର ପରିକ୍ରମା  ହୋଇ  ମା ତାରିଣୀ ଖଣ୍ଡିହୁଡି ତୀର୍ଥକ୍ଷେତ୍ର ର ଯଜ୍ଞସ୍ଥଳକୁ ଅଣାଯିବ ।ଏହାପରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିବେ,ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହେବ । ୨୦ ତାରିଖ  ୧୦୦୦ ତାମ୍ର ଫଳକ ସ୍ଥାପନା ବାବା ମହାକାଳେଶ୍ଵର ପ୍ରାଣ ପ୍ରତିଷ୍ଠା ହେବ ୨୧ ତାରିଖ ଶତାୟୁ ପୁରୁଷ ଙ୍କୁ ସମ୍ମାନିତ କରାଯିବ ଓ ପୂର୍ଣ୍ଣାହୁତି‌ କାର୍ଯ୍ୟକ୍ରମ ହେବ । ଏହି ବୈଠକ ରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ,ଉପନଗରପାଳ ଲିଲି ଭୋଳ,ବଣିକ ସଂଘ ର ସଂମ୍ପାଦକ ଧୀରେନ୍ଦ୍ର ଖଣ୍ଡେଓଲ , ରୋଟାରୀ କ୍ଲବ୍ ର ସଂମ୍ପାଦକ ପ୍ରହଲ୍ଲଦ ଦାସ ମଞ୍ଚାସିନ ହୋଇ ଥିଲେ ।    ମୁକ୍ତି ମଣ୍ଡପ ପରାମର୍ଶ କ୍ରମେ  ମା ତାରିଣୀ ଖଣ୍ଡିହୁଡି ତୀର୍ଥକ୍ଷେତ୍ର ରେ ପରିଣତ କରିବା ପାଇଁ ସେସମୟର ରେ ୬୦ ହଜାର ଲୋକ ଙ୍କ ଠାରୁ ଭିକ୍ଷା କରି ମନ୍ଦିର ଆରମ୍ଭ ହୋଇଥିଲା ।ଏହା ତ୍ରୀର୍ଥକ୍ଷେତ୍ର ପାଇଁ  ୯ ଟି ମନ୍ଦିର ହେବାର ଯୋଜନା ହୋଇ ଅଧୁନା ବାବା ହନୁମାନ  ମନ୍ଦିର ହୋଇଯାଇଛି ଗଣେଶ ମନ୍ଦିର ର କାର୍ଯ୍ୟ ଚାଲିଛି ଆଗାମି ଦଳରେ ଶନି ମନ୍ଦିର ହେବାର ସୂଚନା ମିଳିଛି। ବରିଷ୍ଠ ନାଗରିକ କାଶିନାଥ ଦାସ ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *