“ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା”୮ ଜଣ ଙ୍କୁ ବିଦାୟ ସମ୍ବର୍ଦ୍ଧନା”

ବାରିପଦା(କ:ବ୍ଯୁ)ତା ୩୧।୦୧।୨୦୨୬ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଙ୍କ ସଭାପତିତ୍ବରେ ଜାନୁଆରୀ ମାସରେ ଅବସର ଗ୍ରହଣ କରିଥିବା ୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରୁ ଏହି କର୍ମଚାରୀ ମାନେ ଅବସର ଗ୍ରହଣ କରିଛନ୍ତି I ଜିଲ୍ଲାସ୍ତରୀୟ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେIସେକ୍ସନ ଅଫିସର ସୁଦୀପ୍ତ କୁମାର ମୋୖଲିକ୍,ବରିଷ୍ଠ ସହାୟକ ଶକୁନ୍ତଳା ସେଠୀ ଓ କନିଷ୍ଠ ସହାୟକ କ୍ଷେତ୍ର ମୋହନ ବେହେରା ପପ୍ରମୁଖ ଙ୍କ ଉପସ୍ଥିତ ରେ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସେଠୀ ଅବସର ଗ୍ରହଣ କରୁଥିବା ସମସ୍ତଙ୍କୁ ସମସ୍ତ କାଗଜପତ୍ର ସହ ଉତ୍ତରୀୟ ପ୍ରଦାନ କରିବା ସହିତ ସେମାନଙ୍କର ଉତ୍ତରୀୟ ଉନ୍ନତି କାମନା କରିଥିଲେ I ଏଥିରେ ଜୟପ୍ରକାଶ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାଶିକ୍ଷକ, ସୁଦର୍ଶନ କୁମାର ରାଉତ, ବୁଢ଼ୀ ଖମାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରବିନ୍ଦ୍ର କୁମାର ପଣ୍ଡା, ଶୋଭା ରାଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁମନ୍ତ କୁମାର ପ୍ରହରାଜ, ଖଡମ ବେଡା ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗଣେଶ ନାୟକ, ଶରତ ଚନ୍ଦ୍ର ବିଦ୍ୟାପୀଠ ର କନିଷ୍ଠ ସହାୟକ ବିଦ୍ୟାଧର ସାହୁ, ଗୁହାଳ ଡ଼ାଙ୍ଗିରୀ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୁରୁ ଚରଣ ପାତ୍ର, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାଇଘରି ର ପ୍ରଧାଶିକ୍ଷକ ଜହରଲାଲ୍ ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲାI
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *