ବ୍ଲକ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ ମୃତ୍ତିକା ଓ ଜଳ ବୀନା ଜୀବନ ଅସମ୍ଭବ

ନୟାଗଡ଼ : ନୟାଗଡ଼ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପକ୍ଷରୁ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ସାଲୁଣୀ ଗାଁରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ , ନାଟୁଗାଁ ସରପଞ୍ଚ , ସମିତିସଭ୍ୟା, ଚମ୍ପତିପୁର ପଞ୍ଚାୟତ ସରପଞ୍ଚ , କ୍ରିଦାଶପୁର ପଞ୍ଚାୟତ ସମିତିସଭ୍ୟା ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଜଳ ବିଭାଜିକା ମହୋତ୍ସବର ଉଦ୍ଦେଶ୍ୟ ଉପରେ ଆଲୋଚନା ରଖିଥିଲେ । ଗ୍ରାମ କୃଷି ଉତ୍ପାଦନ ବୃଦ୍ଧିରେ ଜଳ ବିଭାଜିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି । କୃଷି ଓ କୃଷକର ଉନ୍ନତୀ ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ଆବଶ୍ୟକ ବୋଲି ମତ ରଖିଥିଲେ । ମୃତ୍ତିକା ଓ ଜଳ ବୀନା ଜୀବନ ଅସମ୍ଭବ ବୋଲି କହିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ଜ୍ଞାନ ରଞ୍ଜନ ସାହୁ ତାଙ୍କ ବକ୍ତବ୍ୟରେ ରସାୟନିକ ସାରର ସୀମିତ ବ୍ୟବହାର ଏବଂ ଜୈବିକ ସାର ବ୍ୟବହାର ଉପରେ ଆଲୋଚନା ରଖିଥିଲେ । ସମ୍ବାରିଆନାଳ ଅଣୁ ଜଳ ବିଭାଜିକା ସମ୍ପାଦକ ଚକ୍ରଧର ଜେନା ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦ୍ୱାରା କିଭଳି କୃଷି ଉପଯୋଗୀ ହୋଇପାରୁଛି, ତାହା ଉପରେ ମତ ରଖିଥିଲେ । ଏହି ଅବସରରେ ଜଳ ବିଭାଜିକା ମାର୍ଗଦର୍ଶକ ଏବଂ ଜଳ ବିଭାଜିକା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନାଟକ ମାଧ୍ୟମରେ ଏବଂ ଏଲଇଡି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଜଳ ବିଭାଜିକା ମହୋତ୍ସବ ଅବସରରେ ବୃକ୍ଷରୋପଣ କରାଯିବା ସହ ଚାଷୀ ଜମିକୁ ସେଚ କେନାଲ ଲୋକାର୍ପଣ ହୋଇଥିଲା । ଏହା ସହିତ ଏକ ନାଟୁଗାଁ ପୋଖରୀ ଜଳ ପ୍ରବେଶ ଓ ନିଷ୍କାସନ ପଥ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *