ନୟାଗଡ : ଠିକା ସଂସ୍ଥା ସଫେଇ ନିଯୁକ୍ତି ରେ ଫଜରୀ। ଉର୍ଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି। ସ୍ୱଚ୍ଛ ନିର୍ମଳ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି। ନୟାଗଡ ମୁଖ୍ୟ ଚିକିତ୍ସାଳୟ ସ୍ଵଚ୍ଚ ରଖିବା ପାଇଁ କର୍ମଚାରୀ ନିୟୋଜିତ କରିଵା ପାଇଁ ଟେଣ୍ଡର ହୋଇଥିଲା। ସେଥିରେ ୬ ଟି ସଂସ୍ଥା ଅଂଶ ଗ୍ରହଣ କରିଥିଲେ। ଯେଉଁ ସଂସ୍ଥା ର ପାଇଛି ତାହାର କାଗଜ ପତ୍ର ପୂର୍ଣ୍ଣ ଯାଞ୍ଚ କରାଯାଉ। ମେଡିକାଲ କତୃପକ୍ଷ ତରବରିଆ ଭାବେ ଟେଣ୍ଡର ବାହାର କରି ଏକ ନିଦ୍ଧିଷ୍ଟ ସଂସ୍ଥା କୁ ଟେଣ୍ଡର ଦେଇଛନ୍ତି। ସେହି ସଂସ୍ଥା ପୂର୍ବରୁ ଅନ୍ୟ ଜ଼ିଲ୍ଲା ରେ ରିଜେକ୍ଟ ହୋଇଛି। ମେଡିକାଲ କତୃପକ୍ଷ ଓ ଜ଼ିଲ୍ଲା ପ୍ରଶାସନ ଜାଣିଶୁଣି ଏଭଳି କରିଥିବା ଟେଣ୍ଡର ଭାଗ ନେଇଥିବା ଠିକା ସଂସ୍ଥା କର୍ମଚାରୀ କହିଛନ୍ତି। ନୟାଗଡ CDMO କହିଛନ୍ତି କମିଟି ବସି ସଠିକ ଭାବେ ଟେଣ୍ଡର ପ୍ରକ୍ରିୟା କରାଯାଇଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ