ନୟାଗଡ : 27 ଦିନ ମଧ୍ୟରେ 2 ପୁଅ ଏବଂ ବାପାଙ୍କ ଅସ୍ଵାଭାବିକ ମୃତ୍ୟୁ, ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଚେମେଡି ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏ ପରିବାରର ପୁରୁଷ ଶୂନ୍ୟ ହୋଇଯାଇଛି । ବଡ ପୁଅର ମୃତ୍ୟୁ ର 16 ଦିନ ପରେ ବାପାର ମୃତ୍ୟୁ ହୋଇଛି । ଏହାର 8 ଦିନ ପରେ ସାନ ପୁଅର ମୃତ୍ୟୁ ହୋଇଛି। ପରିବାରରେ କେବଳ ବିଧବା ବୁଢ଼ୀ ମାଆ , ବିଧାନ ମହିଳା ଏବଂ 3 ଝିଅ, ଜଣେ କଲେଜରେ ବଢୁଥିବା ବେଳେ ଅନ୍ୟ ଜଣେ 6ଷ୍ଠା ଏବଂ 5ମ ଶ୍ରେଣୀ। କେବଳ ପୁରୁଷ ଲୋକଙ୍କ ଅସ୍ଵାଭାବିକ ମୃତ୍ୟୁ ହେଉଥିବା ରୁ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି କାରଣ ଅନୁଧ୍ୟାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି, ସନ୍ଧ୍ୟା ହେଲେ ଭୟରେ ଲୋକେ ମାନେ କବାଟ ବନ୍ଦ କରି ଘର ଭିତରେ ରହୁଛନ୍ତି। ଗୋଟିଏ ମାସରେ ଆଗପଛ ହୋଇ ବାପା ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟଣା ନୟାଗଡ଼ ଓଡ଼ଗାଁ ବ୍ଲକ ଅଞ୍ଚଳରେ ଏହି ଘଟଣା ଭୟର ବାତାବରଣ ସୃଷ୍ଟି କରିଛି । ମାତ୍ର 27 ଦିନ ଭିତରେ ଆଗପଛ ହୋଇ ବାପା ଓ ଦୁଇ ପୁଅ ଆରପାରିକୁ ଚାଲିଯାଇଛନ୍ତି | ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଚେମେଡ଼ି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ, ମାଙ୍କୁ ନାଯକ (୬୫), ତାଙ୍କ ବଡ଼ପୁଅ ସୁଶାନ୍ତ ନାୟକ ଓ ସାନପୁଅ ମୁନା ନାୟକ। ତିନିତିନିଟି ମୃତ୍ଯୁ ଯୋଗୁଁ ମାଙ୍କୁଙ୍କ ପରିବାର ଏବେ ପୁରୁଷଶୂନ୍ୟ ହୋଇପଡ଼ିଥିବା ବେଳେ ବାପା-ଦାଦା ଓ ଜେଜେଙ୍କୁ ହରାଇ 3 ନାବାଳିକା ଅସହାୟ ହୋଇପଡ଼ିଛନ୍ତି। ୧୭ ଦିନ ତଳେ ସୁଶାନ୍ତ ପେଟ ଜନିତ ରୋଗରେ ପଡ଼ି ପ୍ରାଣହରାଇଥିଲେ। ସୁଶାନ୍ତଙ୍କ ମୃତ୍ୟୁରେ ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଜ୍ଵରରେ ପୀଡ଼ିତ ବାପା ମାଙ୍କୁ ନାୟକଙ୍କ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ଧରିଥିବା ସାନ ପୁଅ ମୁନାର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି। ପରିବାରର ୩ଜଣଙ୍କର ମୃତ୍ୟୁ ପରେ ମାଙ୍କୁଙ୍କ ସଂସାର ଉଜୁଡ଼ି ଯାଇଛି। ନୟାଗଡ଼ ରୁ ଏକ ଡାକ୍ତର ଟିମ ଯାଇ ଗାଁ ରେ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ମୃତ୍ୟୁ ର କାରଣ ବୁଝିବେ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ