
ବାରିପଦା-ଉଦଳା ତା-୧୨\୧୨\୨୫ ଉଦଳା ପ୍ରିମିଓର ଲିଗ କ୍ରିକେଟ 2025 ସିଜିନ-4 ଟୁର୍ନାମେଣ୍ଟ ର ଆଜି ଥିଲା ଗ୍ରାଣ୍ଡ ଫାଇନାଲ ମ୍ୟାଚ l10 ଦିନ ଧରି ଚାଲିଥିବା ମ୍ୟାଚ ର ଆଜି ଫାଇନାଲ ମ୍ୟାଚ ରେ A2 ସ୍ମlସର ଟିମ କୁ ଭେଟିଥିଲା ଏଲିଟ ଇଲେଭେନ l ପ୍ରଥମେ ଏଲିଟ ଇଲେଭେନ ବ୍ୟାଟିଂ କରି 20 ଓଭର ବିଶିଷ୍ଟ ଫାଇନାଲ ମ୍ୟାଚ ରେ 209 ରନ ସଂଗ୍ରହ କରିଥିଲା l ବିଶାଳ ବିଜୟ ଲକ୍ଷ୍ୟ ର ପିଛା କରି A2 ସ୍ମlସର 17ଓଭର 3ଗୋଟି ବଲ ରେ 174 ରନ କରି ମ୍ୟାଚ ଟିକୁ ହାରିଯାଇଥିଲା l ଚଳିତ ସିଜିନ 4 ରେ ଏଲିଟ ଇଲେଭେନ ଉଦଳା ପ୍ରିମିଓର ଲିଗ ସିଜିନ 4 ର ମୁନା ମେମୋରିଆଲ ପକ୍ଷରୁ ଚାଲିଥିବା ଏହି ଖେଳ ରେ ଏଲିଟ ଇଲେଭେନ ଚାମ୍ପିୟନ ଟ୍ରଫି ଅର୍ଜନ କରିଥିଲା l ଏଲିଟ ଇଲେଭେନ ପକ୍ଷରୁ ରହିତ ନାୟକ 3 ଓଭର 3 ଗୋଟି ବଲ ରେ 4 ଗୋଟି ଉଇକେଟ ନେଇ ମ୍ୟାନ ଅଫ ଦା ମ୍ୟାଚ ବିବେଚିତ ହୋଇଥିଲେ l ୟୁପିଏଲ ର ମ୍ୟାନ ଅଫ ଦା ଟୁର୍ନାମେଣ୍ଟ ପାଇଁ A2 ସ୍ମସାର ପକ୍ଷରୁ ପ୍ରସାଦ ଗିରି ଙ୍କୁ ବିବେଚନା କରାଯାଇଥିବା ବେଳେ ଭଲ ବ୍ୟାଟିଂ ପାଇଁ ଦେବାଶିଷ ଆଚାର୍ଯ୍ୟ ଏବଂ ଭଲ ବୋଲିଂ ପାଇଁ ପ୍ରସାଦ ଗିରି ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା l ଆଜି ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, ଉଦଳା ଏନଏସି ଚେୟାରମେନ ପ୍ରମିଳା ପଣ୍ଡା, ଏନଏସି ର 3 ନମ୍ବର ୱାର୍ଡର କାଉ ନସିଲର ଟିକି ମୋଦି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଚାମ୍ପିୟନ ଏବଂ ଉପବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ l l ଆଜିର ଫାଇନାଲ ମ୍ୟାଚ ରେ ମ୍ୟାଚ ରେ ଖେଳ ପରିଚାଳନା ରେ ଡ୍ୟାନ୍ସର ଅମ୍ପାୟାର ଟେଂଗେ ଟେଂଗେ ଏବଂ ୟୁଟ୍ୟୁବ ଆମ୍ଫୟାର ପ୍ରଦୀପ ସହଯୋଗ କରିଥିବାବେଳେ ଧାରା ବିବରଣୀ ରେ ଚନ୍ଦନ ସାହୁ ଏବଂ ଯଯାତି କେଶରୀ ହାତୀ ସହଯୋଗ କରିଥିଲେ l ୟୁପିଏଲ ର ଉପଦେଷ୍ଟା ଅମିତ ବେହେରା, ତପୁ ମହାନ୍ତି, ହୃଷୀ ଦାସ, ସାଗର ବେହେରା, ଲିକୁ ବେହେରା, କାଜଲ ବେହେରା,ପପୁ ମlହାନl, ଆଲୋକ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି ଖେଳ ରେ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)