ଆଇନୀଜୀବୀ ଅଫିସ ରୁ ଚୋରି ଘଟଣା ରେ ୨ ଚୋର ଗିରଫ

ନୟାଗଡ : ଆଇନୀଜୀବୀ ଙ୍କ ଅଫିସ ଘରୁ ଚୋରି ଅଭିଯୋଗ ରେ ୨ ଜଣ ଚୋର କୁ ଗିରଫ କରିଛି ନୟାଗଡ ଟାଉନ ଥାନା ପୋଲିସ। ଚଳିତ ମାସ ୫ ତାରିଖ ରାତିରେ ଆଇନୀଜୀବୀ ବେଣୁଧର ମିଶ୍ର ତାଙ୍କ ଅଫିସ ବନ୍ଧ କରି ରାତିରେ ଯାଇଥିଲେ। ସକାଳୁ ଆସି ଅଫିସ ଖୋଲିବାରୁ ଦେଖିଥିଲେ ତାଙ୍କ ଲାପଟପ, CPU, ପ୍ରିଣ୍ଟର ଓ କମ୍ପୁଟର ସାମଗ୍ରୀ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ଆଇନୀଜୀବୀ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଆଧାର ରେ ତଦନ୍ତ କରି ୨ ଚୋର ଙ୍କୁ ଗିରଫ କରିବାରେ ସଫଳ ହୋଇଛି। ୪ ନମ୍ବର ୱାର୍ଡ ର ସୁଶାନ୍ତ ଡାକୁଆ ଓ ସଦରଥାନା ଅନ୍ତର୍ଗତ ସିପାହୀ ଅସୁରଢ଼ିପା ଗାଁ ର ବିଷ୍ଣୁ ପ୍ରସାଦ ରାଉତ। ଆଜି ପୋଲିସ ଚୋରି ସାମଗ୍ରୀ ଜବତ କରିବା ସହ ୨ ଚୋର ଙ୍କୁ କୋର୍ଟ ଚାଲାଣ କରିଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *