“ଉଦଳା ପ୍ରିମିଓର ଲିଗ ସିଜନ-4 ଉଦଘାଟିତ”

ଉଦଳା, (କବ୍ଯୁ ) ତା03/12/25-ମୟୁରଭଞ୍ଜ ଜିଲ୍ଲା ଉଦଳା ପ୍ରିମିଓର ଲିଗ ସିଜିନ-4 ର ଆଜି ଉଦଘାଟନ ହୋଇଯାଇଛି l ଉଦଳା କ୍ରିକେଟ କ୍ଳବ ପକ୍ଷରୁ ମୁନା ମେମୋରିଆଲ ନାମ ରେ ଏହି ଉଦଳା ପ୍ରିମିଓର ଲିଗ ଆୟୋଜିତ ହେଉଥିବା ବେଳେ l ଏହି ପ୍ରିମିଓର ଲିଗ ଆଜିଠୁ ଆରମ୍ଭ ହୋଇ ଡ଼ିସେମ୍ବର 12 ତାରିଖ ରେ ଶେଷ ହେବ l ଏହି ପ୍ରିମିଓର ଲିଗ ରେ 6 ଗୋଟି ଫ୍ରାଞ୍ଚାଇଜ଼ ଟିମ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଉଦଳା ହାଇସ୍କୁଲ ଖେଳ ପଡିଆ ଠାରେ ବହୁ ଧୁମ ଧାମ ରେ ଏହି ପ୍ରିମିଓର ଲିଗ ର ଉଦଘାଟନ ହୋଇଯାଇଛି l ଏହି ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉଦଳା ଏନଏସି ର ଅଧକ୍ଷା ପ୍ରମିଳା ପଣ୍ଡା ଏବଂ ମୟୁରଭଞ୍ଜ ବିଜେପି ର ପୂର୍ବ ଜିଲ୍ଲା ସଭାପତି ନିହାର ମୋଦି ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସତନ୍ତ୍ର ଅତିଥି ଭାବେ ଉଦଳା ଏନଏସି ର କାଉନସିଲର ଉପସ୍ଥିତ ରହି ଉଦଘାଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଖେଳ କୁ କେମିତି ସରସ ସୁନ୍ଦର କରିବା ସହ ଆଗାମୀ ଦିନରେ ଜିଲ୍ଲା ଏବଂ ରାଜ୍ୟ ସ୍ତର ରେ ଖେଳାଳି ମାନେ ଏହି ଉଦଳା ରେ ଖେଳ ପଦର୍ଶନ କରି ଉଦଳା ତଥା ମୟୁରଭଞ୍ଜ ଜିଲ୍ଲା ର ନାମ ରଖିବେ ସେଇଥି ନେଇ ଉପସ୍ଥିତ ଦୁଇ ଟିମ ର ଖେଳାଳି ଙ୍କୁ ଉପଦେଶ ଦେଇଥିଲେ ମୁଖ୍ୟ ଅତିଥି l ଆଜିର ଉଦଘାଟନି ମ୍ୟାଚ ରେ ପ୍ରଥମେ ଅlରୟନ ଫାଇଟର ବ୍ୟାଟିଂ କରି 15 ଓଭର ରେ 172 ରନ ର ଟାର୍ଗେଟ ଦେଇଥିଲା ଉଦଳା ଡମିନେଟର ଟିମ କୁ l ତେବେ 15 ଓଭର ରେ 133 ରନ କରି ଓଲ ଆଉଟ ହେଇଯିବl ସହ ପରାସ୍ତ ହୋଇଥିଲା ଉଦଳା ଡମିନେଟର ଟିମ l ତେବେ ଅlରିଅନ ଟିମ ପକ୍ଷରୁ ପ୍ରକାଶ ନାୟକ 41 ବଲ ରେ 77 ରନ କରି ମ୍ୟାନ ଅଫଦା ମ୍ୟାଚ ର ପୁରସ୍କାର ଗ୍ରହଣ କରିଥିଲେ l ଆଜିର ଉଦଘାଟନ ଖେଳ ର ସମ୍ପୂର୍ଣ୍ଣ ଧାରା ବିବରଣୀ କେ.ପଙ୍କଜ ମହାକୁଡ଼ ଦେଇଥିବା ବେଳେ ଖେଳ ପରିଚାଳନା ଦା୍ୱିତ୍ୱ ରେ ଥିଲେ କାଜଲ ବେହେରା ଏବଂ ପ୍ରଦୀପ ଦାସ l ଅଙ୍କ ଫଳକ ର ଦା୍ୱିତ୍ୱ ସମ୍ଭାଳିଥିଲେ ବିସିକେସନ ଦାସ l ଏହି କାର୍ଯ୍ୟକ୍ରମ ଉଦଳା କ୍ରିକେଟ କ୍ଳବ ର ସଦସ୍ୟ ସାଗର କୁମାର ବେହେରା, ନଭେନ୍ଦୁ ମହାନ୍ତି, ମନୋଜ ବେହେରା, ପଙ୍କଜ ମlହାନା, ସୀତୁ ଦାସ, ହୃଷିକେଶ ଦାସ,ବେହେରା ପ୍ରମୁଖ ସହଯୋଗ କରିବା ସହ ଉଦଳା ପ୍ରିମିଓର ଲିଗ ର ଉପଦେଷ୍ଟା ଅମିତ ବେହେରା, ରଞ୍ଜନ କୁମାର ପାତ୍ର, ଡିକେନ୍ସ ବେହେରା, ହିରଣ୍ୟ ରାଉତ, କରୁଣାକର ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *