
ଚଣ୍ଡିଖୋଲ,୨/୧୨(କବ୍ୟୁ) ବଡଚଣା ବ୍ଲକ୍ ଅନ୍ତର୍ଗତ ଦର୍ପଣୀଗଡ ର ଅବସର ପ୍ରାପ୍ତ ବରିଷ୍ଟ ପ୍ରାଧ୍ୟାପକ ତଥା ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ବନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ର ପୂର୍ବତନ ସଭାପତି ବିନାୟକ ପଣ୍ଡା ଧାନମଣ୍ଡଳ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣ ଲତା ଦେଵୀ ଙ୍କର କନିଷ୍ଠା କନ୍ୟା ତଥା S, O ,A ବିଶ୍ଵବିଦ୍ୟାଳୟର Asst professor ଯଜ୍ଞାସେନୀ ପଣ୍ଡା N,I,T। Rourkela ରୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ହାସଲ କରିଛନ୍ତି। ପ୍ରଫେସର ଶୁକଦେବ ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲିଖିତ ତାଙ୍କର ସନ୍ଦର୍ଭ Develoment of Efficient Imageupscaling techninues ଟି ଖଡ଼ଗପୁର I IT ର ପ୍ରଫେସର୍ ସୌମିକ୍ ଭଟ୍ଟାଚାର୍ଯ୍ୟ, ଏବଂ University of Albert canada ର ପ୍ରଫେସର୍ ମୃଣାଳକାନ୍ତ ମଣ୍ଡଳ ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି। ଯାଜ୍ଞସେନୀ ତାଙ୍କର ଏହି କୃତିତ୍ୱ ପ୍ରଭୂ ଜଗନ୍ନାଥ ଙ୍କ ଅପାର କରୁଣା ଫଳ କହିବା ସଂଗେସଂଗେ, ଏହାର ଶ୍ରେୟ ଭୁବନେଶ୍ୱର ବାସୀନ୍ଦା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ପୂର୍ବତନ AGM ଯେକି ତାଙ୍କ ଶ୍ବଶୁର ପାର୍ଥ ସାରଥୀ ମହାପାତ୍ର , ଶାଶୁ ସସ୍ମିତା ମହାପାତ୍ର, ସ୍ୱାମୀ ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ମହାପାତ୍ର ଏବଂ ତିନି ଭଉଣୀ ଡ: ଲୋପାମୁଦ୍ରା ପଣ୍ଡା, ଇଞ୍ଜିନିୟର ପରିମିତା ପଣ୍ଡା ଡ: ମନସ୍ବିନୀ ପଣ୍ଡା ସମେତ ତିନି ଭିଣୋଇ ଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।