



ରାଜଗାଙ୍ଗପୁର: ରାଜଗାଙ୍ଗପୁର ବ୍ଲକ ଜାମପାଲିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ରେ ମୋଟ ୨୧୫ ଜଣ ପଞ୍ଜୀକରଣ କରାଇଥିବା ବେଳେ ୧୫୧ ଜଣଙ୍କୁ ଡାକ୍ତରମାନେ ପରୀକ୍ଷା କରିଥିଲେ। ଅସ୍ତିଶଲ୍ୟ, ମାନସିକ, ଦୃଷ୍ଟିଦୋଷ, ଦୃଷ୍ଟିହୀନତା, କଣ୍ଠଶକ୍ତି, ଦ୍ରାସ
ସମସ୍ୟାଭୋଗୀଙ୍କୁ, ଏହି ଶିବିରରେ ପରୀକ୍ଷା କରାଯାଇଥିଲା ଏଥିରେ ୫୧ ଜଣ ଅସ୍ଥିଶଲ୍ୟ, ୪୧ ଜଣ ମାନସିକ ବିକଳାଙ୍ଗ, ୧୯ ଜଣ ଦୃଷ୍ଟିହୀନ, ୨୬ ଜଣ ଶ୍ରବଣ ବାଧିତ ଏବଂ ୧୪ ଜଣ ଶିଶୁ ଥିଲେ। ଶିବିରରେ ରାଜଗାଙ୍ଗପୁର ବ୍ଲକ ଅଧିକାରୀ ଅକ୍ଷୟ କୁମାର ବାଗ, ତହସିଲଦାର ଜଗବନ୍ଧୁ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟ ଜ୍ୟୋତି କୁଜୁର, ବ୍ଲକ ଶିକ୍ଷା ଅଧିକାରୀ ସରିତା ସରୋନିଆ ଏବଂ ବିଧାୟକଙ୍କ ପ୍ରତିନିଧି ଅରୁଣ ସାମଲ ଉପସ୍ଥିତ ଥିଲେ। ଡାକ୍ତର ମାନଙ୍କ ମଧ୍ୟରେ ଯାଞ୍ଚରେ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମାଝୀ, ଡକ୍ଟର ଦୀପକ ପ୍ରଧାନ, ଡକ୍ଟର ଅଭିନାଶ ନାୟକ, ଡକ୍ଟର ଅଙ୍କନ ପଟେଲ ଏବଂ ଡକ୍ଟର ଶ୍ରୀମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉପସ୍ଥିତ ଅନ୍ୟ ଅଧିକାରୀଙ୍କ ମଧ୍ୟରେ କାମିନୀ ମାଝି, ରାମକୃଷ୍ଣ ମୁଣ୍ଡାରୀ, ସୁଭାଷିନି, ଜୋଲଜେନ୍ ଖାଲଖୋ, ଗଜେନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।