
ବାରିପଦା-ଉଦଳା(କ:ବ୍ଯୁ) ୧୬/୧୧/୨୫ ଉଦଳା ୟୁନିକ୍ ପ୍ରେସ୍ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ – ୨୦୨୫ ପାଳିତ ହୋଇଯାଇଛି । ରବିବାର ସକାଳ ୧୧ ଘଟିକା ସମୟରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରେସ୍ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ମୁଖ୍ୟବକ୍ତା ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ସଚ୍ଚିନ୍ଦ୍ର ନାଥ ପରିଡା, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଲକ୍ଷ୍ମୀକାନ୍ତ ପତି, ଉପଖଣ୍ଡ ଓକିଲ ସଂଘ ସଭାପତି ପଦ୍ମଲୋଚନ ଦାସ, ସମ୍ପାଦକ ରଜତ କୁମାର ମହାପାତ୍ର, ୟୁନିକ୍ ପ୍ରେସ୍ କ୍ଲବ ସଭାପତି ଦୀନବନ୍ଧୁ ବାରିକଙ୍କ ସମେତ ମୟୂରଭଞ୍ଜର ବରିଷ୍ଠ ଦକ୍ଷ ସାମ୍ବାଦିକ କଲ୍ୟାଣ ସିହ୍ନା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ଉପସ୍ଥିତ ଅତିଥିମାନେ ବାଗଦେବୀ ମା ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରେସ୍ କ୍ଲବର ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ବାଚ୍ଛିନୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅତିଥିମାନଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ଦିବ୍ୟଙ୍ଗତ ସାମ୍ବାଦିକ ଅରୁଣ କୁମାର ମହାନ୍ତି ଏବଂ ସୌମେନ୍ଦ୍ର ବେହେରାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଅତିଥିମାନେ ଆଜିର ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ଜଣେ ସାମ୍ବାଦିକ ଜୀବନ ଯେ କେତେ ସଂଘର୍ଷମୟ ତାହା ଉପରେ ଆଲୋଚନା କରିଥିଲେ । ଏହା ସହିତ ଚଳିତବର୍ଷର ବିଷୟବସ୍ତୁ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତାର ସଂରକ୍ଷଣ ଉପରେ ଅତିଥିମାନେ ସାରଗର୍ଭକ ଆଲୋଚନା କରିଥିଲେ । କିପରି ଭାବେ ସମାଜରେ ହେଉଥିବା ଦୁର୍ନୀତି, ଗରିବ ଲୋକର ଦୁଃଖ ଏବଂ ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ ତାହାକୁ ନେଇ ସରକାରଙ୍କୁ ଚେତାଇବା ଉଦ୍ଦେଶ୍ୟରେ ସମସ୍ତ ସାମ୍ବାଦିକ ସଜାଗ ରହିବା ଜରୁରୀ ବୋଲି କହିଥିଲେ ଅତିଥିଗଣ ନିଜ ବକ୍ତବ୍ୟରେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ବରିଷ୍ଠ କାର୍ଯ୍ୟଶୈଳୀ ଏବଂ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆକାଶବାଣୀରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ କଲ୍ୟାଣ ସିହ୍ନାଙ୍କୁ ୟୁନିକ୍ ପ୍ରେସ୍ କ୍ଲବ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେସ୍ କ୍ଲବର ସମ୍ପାଦକ ଦିଲ୍ଲୀପ କଲିଆ,କୋଷାଧ୍ୟକ୍ଷ ଶଶିକାନ୍ତ ମିଶ୍ର, ସର୍ବେଶ୍ୱର ମହାପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଶତପଥୀ, ତପନ କୁମାର ମହାନ୍ତି, ସନ୍ଦୀପ ମହାନ୍ତି, ଦୀପକ କୁମାର ପରିଡା, ଅଭିଜିତ୍ ବେହେରା, ଦୀପକ କୁମାର ମିଶ୍ର, ଅଭିଜିତ୍ ବିଶ୍ୱାଳ, ଦିଲ୍ଲୀପ ପରିଡା, ଆଲୋକ ବେହେରା, ବସନ୍ତ ବେହେରା, ତପନ କୁମାର ସେଠୀ,ଦୀପକ ପାଣିଗ୍ରାହୀ, ଯଶୋବନ୍ତ ପରିଡା, ଦେବଦତ୍ତ ଦାସ, ଅତନୁ ତ୍ରିପାଠୀ, ଅକ୍ଷୟ କର,ଶ୍ୱେତ ସୁନ୍ଦର ମଲ୍ଲିକଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)