୧୫୦ତମ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ମହାଆଡମ୍ବର ସହ ପାଳିତ

16.11..2025
ରାଜଗାଙ୍ଗପୁର: ୧୫ ନଭେମ୍ବର, ୨୦୨୫ ଶନିବାର ଦିନ ପୂର୍ବାହ୍ନ ୧୧:୦୦ ଟାରେ ରାଜଗାଙ୍ଗପୁରର ରାଣୀବନ୍ଧ ସ୍ଥିତ ବୀର ବିର୍ସା ପଡ଼ିଆ ରେ ୧୫୦ତମ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଉକ୍ତ ଜୟନ୍ତୀ ବୀର ବିର୍ସା ମୁଣ୍ଡା ସେଲିବ୍ରେସନ୍ କମିଟିର ସଂଯୋଜକ ଅଲବର୍ଟ କିଣ୍ଡୋ ଏବଂ ତାଙ୍କ ଟୀମ ଙ୍କ ସହଯୋଗ ରେ ଆୟୋଜନ କରାଯାଇଥିଲା। ଏହି ଅବସର ରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସର୍ବ ପ୍ରଥମେ ରାଣୀବନ୍ଧରେ ଧରତୀ ଆବା ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବାଚସ୍ପତି ଏବଂ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ, ରାଜଗାଙ୍ଗପୁର ବିଧାୟକ, ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ, ରାଜଗାଙ୍ଗପୁର ଏସଡିପିଓ ବିଭୂତି ଭୂଷଣ ଭୋଇ, ସ୍ଥାନୀୟ ଥାନା ପ୍ରଭାରି ବିଜୟ ଦାସ ଏବଂ ପୂର୍ବତନ ବିଧାୟକ ଗ୍ରେଗୋରୀ ମେଞ୍ଜ୍ ସାମିଲ ଥିଲେ। ଏହି ଅବସର ରେ ଅତିଥିମାନେ ବୀର ବିର୍ସା ମୁଣ୍ଡାଙ୍କ ବଳିଦାନକୁ ମନେ ପକାଇ ଆଦିବାସୀଙ୍କ ସାମଗ୍ରିକ ବିକାଶ ଏବଂ ଜଳ, ଜଙ୍ଗଲ ଏବଂ ଭୂମି ସୁରକ୍ଷା ଉପରେ ସେମାନଙ୍କର ମତ ପ୍ରକାଶ କରିଥିଲେ।

ଏହି ଅବସରରେ, ବୀର ବିର୍ସା ମୁଣ୍ଡା ମେମୋରିଏଲ ନକ୍ ଆଉଟ୍ ହକି ଟୁର୍ନାମେଣ୍ଟ ୨ ନଭେମ୍ବର, ୨୦୨୫ ରେ ଉଦ୍ଘାଟିତ ହୋଇଥିଲା ଏବଂ ୧୫ ନଭେମ୍ବରରେ ସମାପ୍ତ ହେଲା । ଫାଇନାଲ ମ୍ୟାଚ୍ ପରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଏକ ମହିଳା ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା ଓ ସନ୍ଧ୍ୟାରେ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଥିଲା ଯାହାକୁ ଦେଖି ଉପସ୍ଥିତ ଅତିଥିବୃନ୍ଦ ଓ ଲୋକ ମାନେ ମାନମୁଗ୍ଧ ହୋଇ ପଡ଼ିଥିଲେ ।

ଏଠାରେ ଉଲେଖ୍ୟଯୋଗ୍ୟ ସେ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଆଦିବାସୀ ଗୌରବ ଦିବସ ଭାବରେ ପାଳନ କରାଯାଏ। ଏହି ଦିନଟି ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଅମୂଲ୍ୟ ଅବଦାନକୁ ସ୍ମରଣ କରେ। ଏହି ଦିନର ଉଦ୍ଦେଶ୍ୟ ହେଉଛି ଆଦିବାସୀ ନାୟକ, ସେମାନଙ୍କର ସଂସ୍କୃତି ଏବଂ ଐତିହ୍ୟକୁ ପାଳନ କରିବା, ଯାହା ଦ୍ଵାରା ଭବିଷ୍ୟତ ପିଢ଼ି ସେମାନଙ୍କ ବଳିଦାନ ଏବଂ ଅବଦାନ ବିଷୟରେ ଜାଣିପାରିବେ। ଉକ୍ତ ଜୟନ୍ତୀ ପାଳନ ଅବସର ରେ, ବୀ ବୀର ବିର୍ସା ମୁଣ୍ଡା ସେଲିବ୍ରେସନ୍ କମିଟିର ର ସଂଯୋଜକ ଆଲବର୍ଟ କିଣ୍ଡନ ସଭା ପରିଚାଳନା କରିଥିଲେ, ଓ ଅମିତ ତିର୍କୀ ଏବଂ କମିଟିର ଅନ୍ୟ ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *