


ଭାବନେଶ୍ୱର , ଆଜି ଶୁଭାବସରରେ ଭାବନେଶ୍ୱର କେଶରୀ ହୋଟେଲରେ OUWJ ତରଫରୁ ରାଜ୍ୟ ସ୍ତରୀୟ ଷାଠିଏ ତମ ସେମିନାର ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୁରୀଙ୍କ ଆହ୍ୱାନରେ ଆମନ୍ତ୍ରିତ ମୁଖ୍ୟଅତିଥି ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟବକ୍ତା ପ୍ରଫେସର ଶ୍ରୀ କେ. ସି. ମିଶ୍ର, ସମ୍ପାଦକ ଡା. ଶ୍ରୀ ପବିତ୍ର ପାତ୍ରଙ୍କ ସହିତ ଉପ ସଭାପତି ଶ୍ରୀ ପରମାନନ୍ଦ ମିଶ୍ର ମଞ୍ଚାସିନ ଥିଲେ l ଏତଦ ବ୍ୟତୀତ ମଞ୍ଚ ସମ୍ମୁଖରେ ରାଜ୍ୟର ମହାନ ବିଶିଷ୍ଟ ଜ୍ଞାନୀଙ୍କ ମେଳରେ ସମସ୍ତ ଚେନାଲର ପୁରୁଖା ପୁରୁଷ ଓ ମହିଳା ସମ୍ମାଦିକ ଉପସ୍ଥିତ ଥିଲେ l ରାଜ୍ୟ ଉପସଭାପତି ଶ୍ରୀ ପର୍ମାନନ୍ଦ ମିଶ୍ରଙ୍କ ସହିତ ବରଗଡ଼ ଜିଲ୍ଲାରୁ ସଂମ୍ବାଦିକ ବନ୍ଧୁମାନେ ଶ୍ରୀ ନାରାୟଣ ବେହେରା, ଶ୍ରୀ ଜୟନ୍ତ ସେଟ, ଶ୍ରୀ ଫକୀର ଦୀପ, ଶ୍ରୀ ଜନକରାମ ଦାଶ, ଶ୍ରୀ ପ୍ରସନ୍ନ କୁମାର ମହାନନ୍ଦ, ଶ୍ରୀ ଭାଗିରଥି ଭୋଇ, ଶ୍ରୀ ଫକୀର ରଣା ଶ୍ରୀ ତୃପ୍ତିମୟୀ ତ୍ରିପାଠୀ, ଶ୍ରୀ ଶ୍ୟାମ ସୁନ୍ଦର ସୁନା ପ୍ରମୁଖ ଯୋଗ ଦେଇଥିଲେ l ସମ୍ମାଦିକଙ୍କୁ ପ୍ରଶାସନ ଚତୁର୍ଥ ସ୍ତମ୍ଭରେ ପରିଗଣିତ କରି ବିନା ବେତନରେ କାର୍ଯ୍ୟ କରାଉ ଥିବାର ଚର୍ଚିତ ହେବା ବେଳେ ଉପଯୁକ୍ତ ସମ୍ମାନ ନ ମିଳିବାରୁ ସେଥିପ୍ରତି ସରକାରଙ୍କ ନଜର ଦେବାକୁ ସମ୍ପୂର୍ଣ ଦାବି ରହି ଆସୁଛି l ଏହାର ସୁଫଳସ୍ୱରୂପ ଯଥାଶୀଘ୍ର ମାନ୍ୟତା ଦେବାର ମନ୍ତବ୍ୟ ରହିଅଛି l ଏହାକୁ ଦ୍ଵିତୀୟ ସୋପାନରେ ରଖାଯାଇଥିବା ବେଳେ ଦ୍ୱତୀୟ ସୋପାନରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ ସାଂସ୍କୃତିକ କଳା ପରିବେଷଣ ପରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରି ସଭା ସାଙ୍ଗ ହୋଇଥିଲା l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋଇଟ