
ମହାନ ଭାରତ ଦେଶ ଗଣତନ୍ତ୍ର
ଆଇନ ଧାରା ସୁନ୍ଦର,
ଚାରିଗୋଟି ସ୍ତମ୍ବ ଟେକି ଧରିଛନ୍ତି
ଗଣତନ୍ତ୍ର’ର ମନ୍ଦିର ।
ବିଚାର ଶାସକ ଓ ବ୍ଯବସ୍ଥାପକ
ଆଇନରେ ପଞ୍ଜିକୃତ,
ସାମ୍ବାଦିକତା ତ ଅବଧି ସ୍ବାଧୀନ
ମୁଖ୍ଯ-ସ୍ତମ୍ବ ଗଣତନ୍ତ୍ର ।
ସାମ୍ବାଦିକଙ୍କର ପରମ କର୍ତ୍ତବ୍ଯ
ଦୁସ୍ଥ ସମାଜ ସୁଧାର,
ଦୁର୍ନୀତି ଅନ୍ଯାୟ ଅବଲୋକନରେ
କରିଥା’ନ୍ତି ବିଷୋଦ୍ଗାର ।
ଆଜିକାଲି କିନ୍ତୁ ସାମ୍ବାଦିକ ପ୍ରାୟ
ଚାପ ଲୋଭ ମୋହଗ୍ରସ୍ତ,
ଯଦ୍ଦ୍ବାରା ମାନବ ଜୀବନ ସମାଜ
ଦୁସ୍ଥ ଆଉ ବିପର୍ଯ୍ୟସ୍ତ ।
ଊନବିଂଶ ଶତ ଛପନରେ ପ୍ରେସ୍
କାଉନ୍ସିଲ୍ ସଂସ୍ଥାପନ,
ଊଣେଇଶ ଶହ ଛ’ଷଠି ସନରେ
ଏହି ଦିନେ ବିକାଶନ ।
ସର୍ବ ସାମ୍ବାଦିକ ନିର୍ଭୟରେ ସତ୍ଯ
ସମ୍ବାଦ କର ପ୍ରକାଶ,
ସମାଜ ସୁଧାର ଜନ ଜାଗରଣ
ଭାଳେ ଶମ୍ଭୁନାଥ ଦାସ ।🙏