ଗାଇସିଲେଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହେଲା ଶିଶୁ ଶିବିର, ବାଳ ଶିବିର କନ୍ୟା ଶିବିର

ଗାଇସିଲେଟ – 14-11-2025 (ରିପୋର୍ଟର ଫକୀର ଦୀପ )
ଆଜି ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଜ୍ୟଙ୍କ ତତ୍ୱାବଧାନରେ ବିଦ୍ୟାମନ୍ଦିର ଠାରେ ଶିଶୁ ଶିବିର /ବାଳ ଶିବିର /କନ୍ୟାଶିବିର କାର୍ଯ୍ୟକ୍ରମ ହୋଇଯାଇଛି l କାର୍ଯ୍ୟକ୍ରମରେ ନନ୍ଦିତା ବାରିକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗାଇସିଲେଟର ଶ୍ରୀମତୀ ନୀଳିମା ଦାଶ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଧର୍ମାନନ୍ଦ ମହଲା, ଶିଶୁବାଟିକା ପ୍ରମୁଖ ଶ୍ରୀ ବେଦବ୍ୟାସ ପଧାନ, ପୁଷ୍ପାବତୀ ଘୋଷି ସରୋଜିନୀ ପୁଟେଲ, ଜୀରବାଟୀ ସାହୁ, ଜ୍ୟୋତି ତ୍ରିବେଦୀ ସସ୍ମିତା ନାୟିକ, ଲିଳିମା ସାହୁ, ତତେ ସଂଗେ ସମସ୍ତ ଗୁରୁଜୀ ଓ ଗୁରୁମା ଏବଂ ଗାଇସିଲେଟର ବିଶିଷ୍ଟ ଜ୍ଞାନୀ ବ୍ୟକ୍ତି ମଞ୍ଚାସିନ ଥିଲେ l ସମସ୍ତ ମଞ୍ଚାସିନ ବ୍ୟକ୍ତିମାନେ ଶିଶୁଙ୍କ ଭବିଷ୍ୟତ ଓ ଶାରୀରିକ ମାନସୀ ବୃଦ୍ଧି ଦିଗରେ ସମାଲୋଚନା କରି କରତାଳି ପ୍ରାପ୍ତ ହୋଇଥିଲେ l କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣୀୟ ଥିଲା ଶିଶୁମନଙ୍କର ବକ୍ତବ୍ୟର ମହଣୀୟତା ଓ ଆଞ୍ଚଳିକ ଜନ ସେବା l ଏହି ଶିଶୁ ମନ୍ଦିର କନ୍ୟାଶିବିରର ଶିଶୁକନ୍ୟାମାନେ ନିଜ ହାତରେ ରୋଷେଇ ଠାରୁ ଘରୋଇ ଚଳଣି ପାରଙ୍ଗମତା ଦେଖି ଭାରି ଖୁସି ଅନୁଭବ ହୋଇଥିଲା l

Leave a Reply

Your email address will not be published. Required fields are marked *