




ରାୟଗଡାର, (ତପନ କାଡ୍ରାକ) : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ଫୁଲ ପିନ୍ଧା ଗ୍ରାମ ରେ ଆଜି ମହାଆଡମ୍ବରରେ ଶହୀଦ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆଦିବାସୀ ପଛୁଆ ବର୍ଗ ସମ୍ପ୍ରଦାୟର ଶତାଧିକ ଯୁବକ ଯୁବତୀ ବୟସ୍କ ମହିଳା ପୁରୁଷ ଏଥିରେ ସାମିଲ ହୋଇ ବିର୍ସା ମୁଣ୍ଡା ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ଯ ଅର୍ପଣ କରି ଧୂପ ଦୀପ ବଦଳ ରେ ବୃକ୍ଷ ମୂଳରେ ପାଣି ଦେଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଜନଜାଗରଣ ମଞ୍ଚ ର ସଭାପତି ଶ୍ରୀ ଯୁଧିଷ୍ଟିର ନାୟକ ନେତୃତ୍ୱରେ।କାଶିପୁର ବ୍ଲକ ରେ ସରକାରୀ ବେସରକାରୀ ଅନୁଷ୍ଠାନ ବିଭିନ୍ନ ସ୍ଥାନରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହୋଇଛି ,କିନ୍ତୁ ଲୋକ ସଂଗଠନ ଜନଜାଗରଣ ମଞ୍ଚ ଫୁଲ ପିନ୍ଧା ଗ୍ରାମ ରେ ସହିଦ ବୀର ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ନିଆରା ପରମ୍ପରା ଢଙ୍ଗ ରେ ପାଳନ ମନାଇଛି । ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳାଶ୍ରମ ଜୀବି ମଞ୍ଚ ସଂଗଠନ ର ଛାମୁଆ ସହଯୋଗୀ ଲୋକ ସଂଗଠନ ୧୭ ଗୋଟି ଜିଲ୍ଲାରେ ଶହୀଦ ବୀର ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ପାଳନ କରିଛନ୍ତି। ସେଇପରି ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ଲୋକ ସଂଗଠନ ଜନଜାଗରଣ ମଞ୍ଚ ପକ୍ଷରୁ ୧୦ ଗୋଟି ବ୍ଳକ ସାଙ୍ଗକୁ କାଶିପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ଫୁଲ ପିନ୍ଧା ଗ୍ରାମ ରେ ସହିଦ ବୀର ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କରାଯାଉଛି । ,ଆଦିବାସୀ ପରମ୍ପରା ବିକାଶ ଯାତ୍ରା ,ଏହି ଯାତ୍ରା କାଶିପୁର ବ୍ଲକ ର ୧୨୦ ଖଣ୍ତ ଗ୍ରାମ ପରିଭ୍ରମଣ କରିବ ୧୨ ଦିନ ଧରି।ଯାହାକି ଆଦିବାସୀ ସମ୍ପ୍ରଦାୟ ର ଜ୍ଞାନ କୌଶଳ ଗୁଡ଼ିକ ଚିହ୍ନଟ ଓ ସଂରକ୍ଷଣ ଦ୍ବାରା ପୂର୍ନ ଜୀବିତ କରିବାର ପ୍ରୟାସ ଜାରି ରଖିବ। ଏହି ଯାତ୍ରାରେ ଜରିଆରେ ଆଦିବାସୀ ସମୁଦାୟ କୁ ଶୁଣିବା ଏବଂ ଶିଖିବା ନେଇ ଏକ ସ୍ବତନ୍ତ୍ର ପ୍ରସଙ୍ଗ ରହିଛି। ଆଦିବାସୀ ସମ୍ପ୍ରଦାୟରେ ରହିଥିବା ଲୁକ୍କାୟିତ ଜ୍ଞାନ କୌଶଳ ଗୁଡ଼ିକ ସଂଗ୍ରହ ଏବଂ ପରିପ୍ରକାଶ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି। ରାଜ୍ୟର ଆଦିମ ଅଧିବାସୀମାନଙ୍କର ଜଙ୍ଗଲ,ଭୁମି, ଖାଦ୍ୟ, ସ୍ବାସ୍ଥ୍ୟ, ସଂସ୍କୃତି ଏବଂ ଜୀବିକା ସମ୍ବନ୍ଧରେ ଥିବା ଜ୍ଞାନ ଏବଂ ପ୍ରୟୋଗ କୁ ଜାଣିବା ଓ ଏହାର ଏକ ପ୍ରାମାଣିକ ପ୍ରସ୍ତୁତି ସହିତ ବର୍ତ୍ତମାନ ପିଢ଼ିର ଜୀବନଶୈଳୀ ସହ ସଂଯୋଗ କରିବା ହେଉଛି ଏହି ଯାତ୍ରା ର ମୂଳ ଲକ୍ଷ୍ୟ ଯାହାକି ନଭେମ୍ବର ୧୫,୨୦୨୫ ଠାରୁ ମାର୍ଚ୍ଚ ୧୫,୨୦୨୬ ପର୍ଯ୍ୟନ୍ତ ଜାରିରହିବଦଶର ୭ ରାଜ୍ୟ ରେ। ଏଥିସହିତ ସେମାନଙ୍କର ଜ୍ଞାନ କୌଶଳ ଏବଂ ଆଶା, ଆକାଂକ୍ଷା ସମ୍ମାନ ଦେଇ ଏହି ଶୁଣିବା ଅଭିଯାନ କୁ ପାଳନ କରାଯିବ।
ଆସ ଆମେ ଶୁଣିବା ଅଭିଯାନ ର କାର୍ଯ୍ୟ ସୂଚୀ ଗାଁ ବୈଠକ ସ୍ଥାନୀୟ ପରିବେଶ ଏବଂ ଜଳବାୟୁ ଜ୍ଞାନ ର ଆଲୋଚନା। ଜଙ୍ଗଲ ଚାଲ କାର୍ଯ୍ୟ କ୍ରମ ଦ୍ଵାରା ଜଙ୍ଗଲରୁ ମିଳୁଥିବା ବିଭିନ୍ନ ପ୍ରକାରର ଔଷଧୀୟ ଚେର ମୂଳିର ଚିହ୍ନଟ ପାରମ୍ପରିକ କ୍ରୀଡା ଓ କସରତକୁ ପୁନର୍ଜୀବିତ କରିବା, ବିକଶିତ ଭାରତ ୨୦୪୭ ର ସ୍ବପ୍ନ ସାକାର କରିବା ପାଇଁ କାର୍ଯ୍ୟ ପନ୍ଥା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା, ଗୁରୁଜନଙ୍କ ଚିଠି ଜୈବ ବିବିଧତା ଓ ପରିବେଶ ବଞ୍ଚାଅ ନେଇ ଯୁବ ପିଢୀ ଙ୍କୁ ପତ୍ର ଲେଖନ, ପାରମ୍ପରିକ ସଙ୍ଗୀତ,ନୃତ୍ୟ,କଳା ଏବଂ ସଂସ୍କୃତିକ, ଅଭ୍ୟାସ ଗୁଡ଼ିକର ଅଭିବ୍ୟକ୍ତି,ଛୋଅ,ତିଅଣ ନୋଅ ଭଜା, ପୃଷ୍ଟି ହୀନତା ର ମୁକାବିଲା କରିବା ପାଇଁ ବିଭିନ୍ନ ପାରମ୍ପାରିକ ଖାଦ୍ୟ ଏବଂ ତାର ପ୍ରସ୍ତୁତି ପ୍ରଣାଳୀ, ବିକଶିତ ଭାରତ ୨୦୪୭ ପାଇଁ ସମୂଦାୟର ପ୍ରସ୍ତାବ ଗୁଡିକ ଶୁଣିବା କିଯ୍ଯକ୍ରମ ରହିଛି।
ଆସ ଆମେ ଶୁଣିବା ଅଭିଯାନ ମୈଳିକ ଲକ୍ଷ୍ୟ, ଭାରତର ସମୂଦାୟ ଜନସଂଖ୍ୟା ୮.୯ ପରସେଣ୍ଟ ଭାଗ ଆଦିବାସୀ ହୋଇଥିବାବେଳେ ସେମାନେ ଜୈବ ବିବିଧତା, ପରମ୍ପରା ଚେରମୂଳି ବାଃ ଔଷଧ ପରିବେଶ ସୁରକ୍ଷା ଖାଦ୍ୟପେୟ ସଂସ୍କୃତି ଇତ୍ୟାଦି ର ଭଣ୍ଡାର ଅଟନ୍ତି।ଯାହାକି ଦେଶବ୍ୟାପୀ ଶିଳ୍ପାୟନ ରେ ଦ୍ରୃତ ପରିବର୍ତ୍ତନ ର ପ୍ରଭାବ ରେ କ୍ଷୟ ହେବାରେ ଲାଗିଛି। ତେଣୁ ଏହି ଯାତ୍ରା ମାଧ୍ୟମରେ ଓଡ଼ିଶା ରାଜ୍ୟ ର ଆଦିବାସୀ ସମୂଦାୟ ସହିତ ମିଶିକରି ସେମାନଙ୍କ ର ପାରମ୍ପରିକ ଚାଷ ଖାଦ୍ୟ ବ୍ୟବସ୍ଥା ଏବଂ ଔଷଧୀୟ ଜ୍ଞାନ ଗୁଡ଼ିକ ଚିହ୍ନଟ କରି ଡିଜିଟାଲ ପ୍ରକ୍ରିୟା ରେ ଲିପିବଦ୍ଧ କରାଯିବ। ଏଥିସହିତ ଓଡ଼ିଶାର ପରମ୍ପରା ଜ୍ଞାନ, ଜଳବାୟୁ ସହନଶୀଳତା ଏବଂ ପାରମ୍ପରିକ ଚିକିତ୍ସା ପ୍ରଣାଳୀ କୁ ନେଇ ଏକ ପ୍ରାମାଣିକ ପ୍ରସ୍ତୁତି କରିବା ଏବଂ ସର୍ବ ଶେଷରେ, ଯୁବଗୋଷ୍ଠୀ ମହିଳା ଓ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଏହି ପାରମ୍ପରିକ ଜ୍ଞାନ ରକ୍ଷକ ଭାବେ ସାମିଲ କରି ଏହି ଯାତ୍ରା କୁ ସମ୍ପୂର୍ଣ୍ଣ ରୂପେ ଆଦିବାସୀ ସମୁଦାୟ ଦ୍ଵାରା ପରିଚାଳିତ କରାଇବାର ଯୋଜନା ରହିଛି। ଜିଲ୍ଲା ସ୍ତରୀୟ ଲୋକ ସଂଗଠନ ଦ୍ଵାରା ଆରମ୍ଭ ହୋଇଥିବା ଏହି ପରମ୍ପରା ବିକାଶ ଯାତ୍ରା ମାଧ୍ୟମରେ ପାରମ୍ପରିକ ଜ୍ଞାନ କୁ ବ୍ୟବହାର କରି ବର୍ତମାନ ର ପିଢ଼ି ର ଜୀବନ ଶୈଳୀରେ ସଂଯୋଗ କରିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ସଭାରେ ଜନଜାଗରଣ ମଞ୍ଚ ର ସଭ୍ୟ ସଭ୍ୟା ରୁପ ଧର ଗୋଉଡ,ଘାଶି ଝୋଡିଆ, ଚିନ୍ତା ମତଣି ଝୋଡିଆ,ମଦନା ବତି ଝୋଡିଆ,ତାରାବତି ଝୋଡିଆ, ମୋହନ ପାତ୍ର,ଅମି ମାଝୀ,ସୁବ୍ରି ମାଝୀ, ରାୟ ସିଙ୍ଗ ମାଝୀ, ବିଶ୍ବମ୍ବର ନାଏକ ଉପସ୍ଥିତି ରହି ସଂଗଠନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ୱାଗତ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ। ଏହି ସଭାକୁ ଜନଜାଗରଣ ମଞ୍ଚ ର ସକ୍ରିୟ ସଦସ୍ୟ ସୀମାଞ୍ଚଳ ନାଏକ ପରିଚାଳନା କରିଥିବା ବେଳେ ପଦ୍ମଲୋଚନ ମାଝୀ, ପାଇକ ମାଝୀ, କେଶବ ମାଝୀ, କାହ୍ନୁ ଝୋଡିଆ,ସିଙ୍ଗ ଗୋଉଡ, ସଦା ମାଝୀ,ବିଶେନ୍ଦ୍ର ନାଏକ, ସୁରତ ଗୋପାଳ ଭାଗୀରଥି ସାହୁ ସଂପୂର୍ଣ୍ଣ ସହୋଯୋଗ କରି ଥିଲେ । ।