ଅଙ୍ଗବସ୍ତ୍ର, ହନୁମାନ ଚାଳିଶା ଓ ପାଠ୍ୟ ଉପକରଣ ବଣ୍ଟନ

ରାୟଗଡ଼ (ତପନ କାଡ୍ରାକା) : ରାୟଗଡ଼ ଜିଲ୍ଲା ଓ ବ୍ଲକ ଅନ୍ତର୍ଗତ ତାଡ଼ମା ପଞ୍ଚାୟତର ଗୌଡ଼ଖିଲୁମ ଗାଁରେ ସତ୍ ସଙ୍ଗ କାର୍ଯ୍ୟକ୍ରମରେ ହନୁମାନ ଚାଳିଶା, ଅଙ୍ଗବସ୍ତ୍ର, ଓ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସେବା ନିବୃତ୍ତ ଶିକ୍ଷକ ତଥା ଓଡ଼ିଶା ଦକ୍ଷିଣ ଭାଗ ରଥପ୍ରଭାରୀ, ରାୟଗଡ଼ ସଂସ୍କାର ଶିକ୍ଷା ପ୍ରମୁଖ ଶ୍ରୀ ଜୟଦେବ ସିଠଙ୍କ ଆଗ୍ରହ ପ୍ରଚେଷ୍ଟା ଓ ଧର୍ମ ଜାଗରଣ ସମନ୍ୱୟ ପ୍ରମୁଖ କଳାହାଣ୍ଡି ଓ କୋରାପୁଟର ଶ୍ରୀ ପ୍ରଭାତ କୁମାର ମହାପାତ୍ର, ସମାଜ ସେବକ ବାଳକୃଷ୍ଣ ସେନାପତି, ସଂୟ ସେବକ ନରେଶ ଭାଇ, ଗ୍ରାମର ପଣ୍ଡୁଭାଇ , ସମିତି ସଭ୍ୟ ଭାଇ ଓ ଗଣମାନ୍ଯଙ୍କ ସହାୟତା କ୍ରମେ ବୃଦ୍ଧ ପିତାମାତାଙ୍କୁ ଅଙ୍ଗବସ୍ତ୍ର ସହ , ଭାରତମାତାଙ୍କ ଫଟୋ, ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା ଓ ପଠନର ଉପାଦେୟତା ଦର୍ଶାଯାଇଥିଲା। ଶିକ୍ଷିତ ଯୁବକ ଓ ଗ୍ରାମବାସୀଙ୍କୁ ହନୁମାନ ଚାଳିଶା ବଣ୍ଟନ କରିବା ଭାରତୀୟ ଧର୍ମ, ସଂସ୍କୃତି, ପରମ୍ପରା, ନୀତି, ବିଚାର ଏପରିକି ରାଷ୍ଟ୍ର ସେବାରେ ବ୍ରତୀ ରହିବାକୁ ପ୍ରଭାତ ଭାଇ ଓ ଜୟଦେବ ଭାଇ ପରାମର୍ଶ ଦେଇଥିଲେ। ଗ୍ରାମର ଗଣମାନ୍ଯ ଲୋକଙ୍କ ଉପସ୍ଥିତିରେ ବାଳକୃଷ୍ଣ ସେନାପତି ଭାଇ ସତ୍ ସଙ୍ଗ, ତୁଳସୀ,ବେଲ, ଅଁଳା ଏପରି ପୂଜ୍ୟ ତଥା ଔଷଧୀୟ ଗଛ ସହ ଅନ୍ୟାନ୍ୟ ଉପାଦେୟ ଗଛ ବାଡ଼ି ବଗିଚା ଓ ପରିବେଶରେ ଲଗାଇବା ପାଇଁ ସଙ୍କଳ୍ପ କରାଇଥିଲେ। ଅନ୍ଧବିଶ୍ୱାସଠାରୁ ଦୂରରେ ରହିବା, ବିଧର୍ମୀ ଆସିଲେ ସମ୍ମୁଖୀନ ହୋଇ ପଦକ୍ଷେପ ନେବା ପାଇଁ ସର୍ବ ମୁଖରେ ଆଲୋଚନା ହୋଇଥିଲା । ତତ୍ ପରେ ଗ୍ରାମର ବିଦ୍ୟାଳୟକୁ ଯାଇ ସମିତିଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୋଗେନ୍ଦ୍ର ମେଲାକା ମହାଶୟଙ୍କ ସହାୟତା ଓ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜୟଦେବ ସିଠ ଓ ପ୍ରଭାତ କୁମାର ମହାପାତ୍ର ମହାଶୟ ଛାତ୍ରଛାତ୍ରୀମାନଙ୍କୁ ଆଗତ ଜୀବନର ଭଲ ମଣିଷ ହୋଇ ଦେଶ ସେବା ପାଇଁ ବ୍ରତୀ ହବା, ଗୁରୁଜନ ଭକ୍ତି କରିବା ଇତ୍ୟାଦି ମହତ୍ କାମ କରିବାକୁ କହି ଭାରତମାତା କି ଜୟ ଧ୍ୱନି କରାଇଥିଲେ।
ଶେଷରେ କମିଟି ସଭାପତି ମହାଶୟ ଉପସ୍ଥିତ ସଭି ମାନ୍ୟଗଣ୍ୟଙ୍କୁ ଏପରି ସମାଜ ଜାରି ରହୁ କହି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *