ପ୍ରଥମାଷ୍ଟମୀ

ଏ ଜ୍ୟେଷ୍ଠ ସନ୍ତାନ ନବ ବସ୍ତ୍ରଧାନ
ଠାକୁର କରି ଦର୍ଶନ
ଶୁଭ ଆଶିର୍ବାଦ ଦେଇ ଗୁରୁଜନ
ମଙ୍ଗଳ କାମନା ଦିନ।
ଏଇ ଦିବସରେ ହଳଦୀ ପତରେ
କରନ୍ତି ଏଣ୍ଡରୀ ପିଠା
ପୂଜା ଦେବା ଦେବୀ ଚଉଁରାରେ ଛିଟ
ବୃନ୍ଦାବତୀ ସର୍ବ ଦେବତା।
ଆନନ୍ଦ ଦିବସ ଘରରୁ ମନ୍ଦିର
ପ୍ରଥମାଷ୍ଟମୀ ଭକ୍ତି
ସଭିଙ୍କ ହରଷ ପ୍ରଫୁଲ୍ଲ ଦିବସ
ମିଳଇ ଜୀବନ ଶାନ୍ତି।
ଦେବାଳୟ ଆଜି ଉତ୍ସବ ମୁଖର
ମୋ ପ୍ରଭୁ ହବ ପୋଢୁଆଁ
ଶୁଭ ମାସ ବର୍ଷ ବସ୍ତ୍ର ଅଳଙ୍କାର
ପୂଜା ବିଧି ଯେ ବଢ଼ିଆ।
ଏ ମାନଗୋବିନ୍ଦ ପୋଢୁଆଁ ଆନନ୍ଦ
ଖୁସି ଧରା ଜନବାସୀ
ପ୍ରଭୁଙ୍କ ମଙ୍ଗଳ ଜନତା ସମ୍ବଳ
ପ୍ରଶାନ୍ତି ଦେ ଦେଶବାସୀ।

( ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *