ନୟାଗଡ : ଜଙ୍ଗଲୀ ବାରହା ଆକ୍ରମଣ ରେ ମହିଳା ଗୁରୁତର। ଗୁରୁତର ଅବସ୍ଥାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଭତ୍ରୀ। ଆଜି ସକାଳୁ ମହୀପୁର ରେଞ୍ଜ ଅନ୍ତର୍ଗତ ବାଲଣ୍ଡା ଗାଁ ର ସବିତା ସେଠି ଦୈନ୍ୟ ଦିନ ନିତ୍ୟ କାର୍ଯ୍ୟ କରିବା ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ। ସେଠାରେ ବୁଦା ନିକଟରେ ଏକ ଜଙ୍ଗଲୀ ବାରହା ରହିଥିଲା। ମହିଳା ଙ୍କୁ ଦେଖି ବାରହା ଆକ୍ରମଣ କରିଥିଲା। ସ୍ଥାନୀୟ ଯୁବକ ଦେଖି ଉଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ। ଗୋଡ଼, ଛାତି, ମୁଁହ ହାତ ରେ ଆଘାତ ଲାଗିଛି। ମହିଳା ଗୁରୁତର ଥିବା ଡାକ୍ତର କହିଛନ୍ତି। ମହୀପୁର ରେଞ୍ଜର ଘଟଣାସ୍ଥଳ ରେ ପଂହଁଚି ବାରହା ର ଗତିବିଧି ଉପରେ ନଜର ରଖିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ