ନାବାଳକକୁ ହତ୍ୟା କରି ପାଣିରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ପୋଲିସର ତନାଘନା ଜାରି

ପୁରୀ, (ବଳରାମ ତ୍ରିପାଠୀ ରିପୋର୍ଟ ): ପୁରୀରେ ପୁଣି ହତ୍ୟା । ଶ୍ରୀସେତୁ ନିକଟ ଜଳଭଣ୍ଡାରଠାରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛନ୍ତି । ନାବାଳକକୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ ବୋଲି ଜଣାପଡ଼ିଛି । ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ସୂର୍ଯ୍ୟ। ପରିବାର ଲୋକେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୃତଦେହକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ।

ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ । ଏଖବର ପରେ ସବୁଠି ଭୟର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି। କିଏ ଏବଂ କାହିଁକି ନାବାଳକକୁ ଏଭଳି ନିର୍ମମଭାବେ ହତ୍ୟା କରିଛି ସେନେଇ ଖୋଳତାଡ କରୁଛି ପୋଲିସ। ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ। କାହା ସହ କୌଣସି କାରଣକୁ ନେଇ ଶତ୍ରୁତା ଥିଲା କି, ଯେଉଁଥି ପାଇଁ କେହି ରାଗ ରଖି ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *