ରାଇବୋଗା ପୋଲିସ ଫ୍ଲାଏ ଆଶ୍ ଭର୍ତ୍ତି ୧୩ଟି ଓଭରଲୋଡେଡ୍ ଟ୍ରକକୁ ଅଟକ ରଖିଲେ

ରାଜଗାଙ୍ଗପୁର :- ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାରେ ବେଆଇନ ଫ୍ଲାଇ ଆଶ୍ ଡମ୍ପିଂ ଉପରେ ପ୍ରଶାସନର ପ୍ରତିବନ୍ଧ ଓ କଟକଣା ପରେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ଏହି ଫ୍ଲାଇ ଆଶ୍ ମାଫିଆଙ୍କ ପାଇଁ ଚରା ଭୂଇଁ ପାଲଟିଛି । ଏହି ମାଫିଆ ମାନେ ଜମି ଉପରେ ବେଆଇନ ଆଶ୍ ପକେଇବା ଲୋଭରେ ନିରୀହ ଗାଁ ଲୋକଙ୍କୁ ଭୁଆଁ ବୁଲାଇ ନିଜ ସ୍ବାର୍ଥ ପୋଷଣ କରିବାର ବିଗତ ଦିନରେ ନଜିର ରହିଛି । ଏମିତି ଏକ ଘଟଣା ୨୬ ତାରିଖ ଶୁକ୍ରବାର ଦିନ ସ୍ପଷ୍ଟ ଦିବାଲୋକରେ ଲୋକ ଲୋଚନ କୁ ଆସିଲା ଯେତେ ବେଳେ ବେଆଇନ ଭାବେ ରାଏବୋଗା ଥାନା ଅନ୍ତର୍ଗତ ଏକ ପରିତ୍ୟକ୍ତ ଜମିରେ ଫ୍ଲାଇ ଆଶ୍ ପକେଇବା ପାଇଁ ପ୍ରସ୍ତୁତି ଚଲେଇ ଥିବା ପ୍ରାୟ ୧୦ ରୁ ଅଧିକ ଟ୍ରକ୍ ଜମା ହେବା ଦେଖିବା ରୁ ଥାନା ଅଧିକାରୀ ସବୁ ଟ୍ରକ୍ ମାନଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ । ପ୍ରାଥମିକ ତଦନ୍ତରୁ ଗାଡ଼ି ଗୁଡ଼ିକ ନିର୍ଦ୍ଧାରିତ ମାତ୍ରାରୁ ଅଧିକ ଉଜନର ଓଭର୍ ଲୋଡ୍ ଫ୍ଲାଇ ଆଶ୍ ବୋଝେଇ ଥିବା ଜଣାପଡିଥିଲା । ହେଲେ, ଟ୍ରକ୍ ଚାଳକ ଓ ତାଙ୍କର ସୁପର ଭାଇଜର ଦ୍ଵାରା ଥାନାରେ ସଠିକ୍ କାଗଜପତ୍ର ପ୍ରସ୍ତୁତ କରିବାରେ ଅସମର୍ଥ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଖବର ଲେଖିବା ପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା ଟ୍ରକ୍ ଗୁଡ଼ିକ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ଠିଆ ରହିଥିବା ଜଣାପଡ଼ିଛି । ଏହି ସନ୍ଦର୍ଭରେ ଥାନା ଅଧିକାରୀ ଓ ଏସ୍ ଡିପିଓ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ହୋଇପାରି ନଥିଲା କି ତାଙ୍କର କିଛି ପ୍ରତିକ୍ରିୟା ମିଳିପାରି ନଥିଲା । ବର୍ତ୍ତମାନ ପ୍ରଶ୍ନବାଚି ରହିଛି ଯେ ଏହି ଟ୍ରକ୍ ଗୁଡ଼ିକୁ ଝାରସୁଗୁଡ଼ାର ବେଦାନ୍ତ କମ୍ପାନୀରୁ ଆସିଥିବାର ଖବର ବିଶେଷସୂତ୍ରରୁ ଜଣାପଡିଛି ଏବଂ ଏହି ଟ୍ରକ୍ ଗୁଡ଼ିକୁ କାହା ଜରିଆରେ ବୀରମିତ୍ରପୁର ଅଞ୍ଚଳକୁ ପ୍ରବେଶ କରିଛି ପୋଲିସ ଏହାର ମଧ୍ୟ ତଦନ୍ତ କରୁଛି । ଏପରି ଏକ ବେଆଇନ କ୍ରିତକୁ ପ୍ରଶାସନ କଡାକଡି ଭାବେ ଆଇନଗତ ଦଣ୍ଡିତ କରାଯିବା ସହ ସଂପୃକ୍ତ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର

Leave a Reply

Your email address will not be published. Required fields are marked *