ନବରାତ୍ର

ସର୍ବ ଦେବୀ ପୀଠ ପୂଜା ଆରାଧିତ
ନବ-ବେଶେ ନବରାତ୍ରୀ,
ସର୍ବ – ଜନଗଣ କରନ୍ତି ଦର୍ଶନ
ପ୍ରଥମରେ ଶୈଳପୁତ୍ରୀ ।

ଆହାଃ କି ପବିତ୍ର ରୂପ ଶୋଭାବନ୍ତ
ଦିତୀୟେ ବ୍ରହ୍ମଚାରିଣୀ,
ତ୍ରୟେ ଚ଼ନ୍ଦ୍ରଘଣ୍ଟା ଚ଼ତୁର୍ଥରେ ଦେବୀ
କୁଷ୍ମାଣ୍ଡା ଯେ’ ସ°ଜୀବନୀ ।

ପଞ୍ଚମ ଦିବସେ ସ୍କନ୍ଧମାତା ଦେବୀ
ଷଷ୍ଠ ରୂପେ କାତ୍ୟାୟନୀ,
ସ୍ନେହ-ଶ୍ରଦ୍ଧା ଆଉ ବାତ୍ସଲ୍ୟ ମମତା
ସୁଖ-ଶାନ୍ତି ପ୍ରଦାୟିନୀ ।

ସପ୍ତମରେ ଦେବୀ କାଳରାତ୍ରୀ ରୂପେ
ମା’ ଗୋ ଦୁର୍ଗତିନାଶିନୀ,
ଦୁର୍ନୀତି – ଅନ୍ୟାୟ ପାପ ବିନାଶିନୀ
ସର୍ବ ସ°କଟ-ତାରିଣୀ ।

ଅଷ୍ଟମ ବେଶରେ ଦେବୀ ମହାଗୌରୀ
ଆଶିଷ ଦିଅନ୍ତି ବୁଣି,
ଶେଷେ ସିଦ୍ଧିଦାତ୍ରୀ ଦେବୀ ଦୁର୍ଗାଙ୍କର
ନବରାତ୍ରୀର କାହାଣୀ । 🙏

Leave a Reply

Your email address will not be published. Required fields are marked *